Jump to content

ଖିଲାଫତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଲାଫତ୍
ଉଚ୍ଚାରଣ: Khilāphat

ବୈଦେ. ବି. (ଆ) —

ମୁସଲମାନଙ୍କର ସର୍ବ ପ୍ରଧାନ ଧର୍ମଗୁରୁ ବା ଖଲିଫାଙ୍କର ପଦ, ଅଧିକାର, କାର୍ଯ୍ୟ ବା ଆସନ — The Khalifate or the position of the Khalif, the chief religious head of the Muslims; the elected ruler of Turkey.

[ଦ୍ର—ମୁସଲ୍ମାନ୍ମାନେ ଆବହମାନ କାଳରୁ ତୁରଷ୍କର ସୁଲ୍ତାନଙ୍କୁ ଖଲିଫା ବା ପ୍ରଧାନ ଧର୍ମଗୁରୁ ବୋଲି ସ୍ବୀକାର କରି ଆସୁ— ଥିଲେ ବିଗତ ଇଉରୋପୀୟ ମହାଯୁଦ୍ଧରେ ସମ୍ମିଳିତ ବିଜେତା ମିତ୍ର— ଶକ୍ତିମାନେ ଏହି ଖଲିଫାଙ୍କଠାରୁ ଅନେକ ରାଜ୍ୟ ଛଡ଼ାଇ ନେବାରୁ ଏ ସମ୍ବନ୍ଧରେ ପୃଥିବୀର (ବିଶେଷତଃ ଭାରତର) ମୁସଲ୍ମାନ୍ମାନେ ତୀବ୍ର ଆନ୍ଦୋଳନ ଉପସ୍ଥିତ କରି, ସ୍ଥାନେ ସ୍ଥାନେ ସଭା ଓ ଚାନ୍ଦା କରି ଧର୍ମଗୁରୁ ଖାଲିଫାଙ୍କର ରାଜ୍ୟଚ୍ଯୁତ ନ ହେବା ନିମନ୍ତେ ବଦ୍ଧ— ସମଗ୍ର ମୁସଲମାନ ଜଗତ କ୍ଷିପ୍ରପ୍ରାୟ ହୋଇ ଉଠିଥିଲା ବର୍ତ୍ତମାନ ତୁରସ୍କର ମୁସଲ୍ମାନ୍ମାନେ ସୁଲତାନଙ୍କୁ ଅଯୋଗ୍ୟ ବିବେଚନା କରି, ତାଙ୍କଠାରୁ ରାଜ୍ୟ ଓ ଧର୍ମଗୁରୁ ଅଧିକାର କାଢ଼ି ନେଇ ତୁରଷ୍କ ସାମ୍ରାଜ୍ୟକୁ ପ୍ରଜାତନ୍ତ୍ର ପ୍ରଣାଳୀରେ ଶାସନ କରୁ ଅଛନ୍ତି ଓ ତୁରଷ୍କ ସୁଲ୍ତାନଙ୍କ ବଂଶଧର ଅନ୍ୟ ଜଣଙ୍କୁ ଖାଲିଫା ନିର୍ବାଚନ କରିଅଛନ୍ତି ବିଗତ ମହାଯୁଦ୍ଧ ସମୟରେ ଏହି ପ୍ରସଙ୍ଗର ଆଲୋଚନା ଓ ଆନ୍ଦୋଳନ ପାଇଁ ଏବଂ ତୁରଷ୍କର ସୈନ୍ୟମାନଙ୍କୁ ସାହାର୍ୟ୍ୟ କରିବା ନିମନ୍ତେ ଭାରତର ନାନା ସ୍ଥାନରେ ଖିଲାଫତ୍ ସମିତି, ଖିଲାଫତ୍ ଫଣ୍ଡ ଖିଲାଫତ୍ ସ୍ବେଚ୍ଛାସେବକ ଦଳମାନ ଗଠିତ ଓ ପ୍ରତିଷ୍ଠିତ ହୋଇଥିଲା ଓ ଏମାନେ ଚାନ୍ଦା ଉଠାଇ ଲକ୍ଷଲକ୍ଷ ଟଙ୍କା ତୁରଷ୍କର ଶାସନାକର୍ତ୍ତା— ମାନଙ୍କ ନିକଟକୁ ପ୍ରେରଣ କରୁଥିଲେ ]