ଖିଳ
ଖିଳ —
ଉଚ୍ଚାରଣ: Khiḻa
ସଂ. ବିଣ. (ଖ=ଶୂନ୍ୟ+ଲା ଧାତୁ=ପାଇବା+ଅ. ନିପାତନ) —
୧: ପ୍ରତିହତ; ଅପ୍ରହତ — ୧. Obstructed.
୨: ଦୁର୍ଗମ —୨. Impassable.
୩: ପତିତ; ଅକୃଷ୍ଟ (ଭୁମି); ପଡ଼ିଆ — ୩. Uncultivated; waste.
୪: ଅବଶିଷ୍ଟ ରହିଥାବା — ୪. Remaining; outstanding.
୫: ଉତ୍ପନ —୫. Produced.
୬: ପରିଶିଷ୍ଟ —୬. Supplemntary.
(ଯଥା—ଖିଳ ହରିବଂଶ)
ଦେ. ବିଣ. (ସଂ. ଅଖିଳ) —
ସମଗ୍ର — All; whole; entire.
ମିଶୁ ପଞ୍ଚଭୁତେ ଏ ଆମ୍ଭର ତନୁ ଘୋଷୁ ଆମ୍ଭ ୟଶ ଖିଳ ଅବନୀ—ନନ୍ଦକିଶୋର .କୃଷ୍ଣକୁମାରୀ
ସଂ. ବି —
୧: ବିଷ୍ଣୁ —୧. Bishṇu.
୨: ବ୍ରହ୍ମା —୨. Brahmā
୩: ଶୂନ୍ୟସ୍ଥାନ —୩. A vacant place.
୪: ପତିତ ବା ପଡ଼ିଆଭୂମି — ୪. Uncultivated or waste land; waste.
୫: ଫାଙ୍କ —୫. A gap.
୬: ଖଡ଼୍ଗ —୬. Sword.
୭: ମରୁଭୂମି —୭. Desert.
୮: ଅତିରିକ୍ତ ପତ୍ର; କ୍ରୋଡ଼ପତ୍ର — ୮. A supplement.
୯: ସଂଗ୍ରହ — ୯. A compendium; compilation.
୧: ବାଯୁଶ୍ବନ୍ୟ ସ୍ଥାନ —୧୦. Vacuity.