ଖୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଆ
ଉଚ୍ଚାରଣ: Khuā
মঅনী मथानी, ग लर, महनी বগল बाँह, भुजा পেড়া खेआ ক্ষীর खौया খাওয়ান खिलाई

ଦେ. ବି. —

୧: (ସଂ. କ୍ଷୁବ୍ଧ= ମଥିତ; କ୍ଷୋଭକ; ସଂ. କ୍ଷ୍ବେଳ)— ଦଧିମନ୍ଥନ ଦଣ୍ଡ —୧. The churning rod.

କାହିଁ ଦଧିମନ୍ଥନେ ଖୁଆ ଧରି ପ୍ରାଚୀ. ପରଚେଗୀତା

୨: ବାହୁମୂଳର ପୃଷ୍ଠାଂଶ; କାନ୍ଧର ପଛ; ଡ଼େଣା —୨. The arm; the root of the arm; the shoulder-blade.

ସେ ଦୁଇ ଭାଇ ତାର ଦୁଇବାହୁ ଧରି, ଭାଙ୍ଗି ପକାଇଲେ ଖୁଆକୁ ମୋଡ଼ିକରି କୃଷ୍ଣସିଂହ. ମହାଭାରତ. ବନ

୩: ଦୁଧ ଓ ଚିନି ମିଶ୍ରିତ ଏକପ୍ରକାର ମିଠାଇ — ୩. A sweet-meat made with milk and suger.

୪: ମଲାଇ; ଘନୀକୃତ ଆଉଟା ଦୁଧ — ୪. Thickened boiled milk; condensed milk.

୫: ଅନ୍ୟବ୍ୟକ୍ତିଙ୍କୁ ଭୋଜନ କରାଇବା — ୫. Feedind another person.

খোয়া, খো कंकड़

୬: କରକଚା; ଇଟା ଓ ପଥରର ଛୋଟଛୋଟ ଖଣ୍ଡ — Brickbats; concrete materials for macadamizing a road or floor.

ପ୍ରାଦେ. (ମେଦିନୀପୁର) ବି. —

ଖଦା; ଆଖୁର ନୀରସ ଚୋପା — The refuge of sugar-cane after its juice is pressed out