Jump to content

ଖୁଞ୍ଚିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଞ୍ଚିବା
ଉଚ୍ଚାରଣ: Khun̄chibā
খুঁচান; খোঁচান केँचना

ଦେ. କ୍ରି —

୧: ଦୁଇଟି ରୁଆ ମଧ୍ୟରେ ଅନ୍ୟ ଗୋଟିଏ ରୁଆ ଗୁଞ୍ଜି କର ପୂରାଇବା; ଗୁଞ୍ଜିବା — ୧. To thrust a rafter into an empty space (between two other rafters).

୨: ଖୁଞ୍ଚା ଦେବା (ଦେଖ) ୨. Khun̄chā debā (See)

୩: ଖୁଞ୍ଚକାଠିରେ ମାପ କରି ଚିରାଯିବା କାଠର ଦାଗ ଦେବା — ୩. To mark the required dimensions in a log of wood by means of a twig-measure.

୪: ଗେଞ୍ଜିବା; ଖୁଙ୍ଗିବା — ୪. To prick; to poke with a pointed thing or finger.

୫: ପିନ୍ଧା ଲୁଗାକୁ କସିବା ବା ଟାଣି କରି ଖୋସିବା — ୫. To tuck up worn cloth tight.

୬: (ନେତ୍ର) ପୀଡ଼ା କରିବା; (ଆଖି) ରୁଗୂରୁଗ୍ ହେବା — ୬. (the eye) To ache.