ଖୁଣ୍ଟ
ଖୁଣ୍ଟ —
ଉଚ୍ଚାରଣ: Khuṇṭa
খূঁণ্ট; খূঁণ্টি
खूँटा
ଦେ. ବି. (ସଂ. କ୍ଷୋଡ଼=ଗଜବନ୍ଧନସ୍ତମ୍ଭ; ତୁଳ ସଂ. ସ୍ଥୁଣା
ଗୃହର ସ୍ତମ୍ଭ; ବୃକ୍ଷ; ତୁଳ—ଶବରଶବ୍ଦ. ଖୁଣ୍ଟ
[ସମ୍ପାଦନା]ଢିପ ୟାଗାରେ ଥିବା ଗଛ) —
୧: ସ୍ତମ୍ଭ; ଖୁମ୍ବ —୧. Pillar; post.
[ଦ୍ର—ଅବସ୍ଥିତିଅନୁରୂପ ଘରେ ବସିଥିବା ଖୁଣ୍ଟମାନଙ୍କର ଭିନ୍ନ— ଭିନ୍ନ ନାମ ହୁଏ; ଯଥା—ମଝିଖୁଣ୍ଟ—ଘର ମଝିରେ ପୋତାଯାଇ— ଥିବା ଖୁଣ୍ଟ ୟାହା ଉପରେ ଉଚ୍ଚତମ ଶେଣୀ ରଖାଯାଏ; ତୁଳିଆଖୁଣ୍ଟ —ଘରର ଖୁଣ୍ଟମାନଙ୍କ ମଧ୍ୟରେ ଉଚ୍ଚତମ ଖୁଣ୍ଟମାନ; ପାରିଆଖୁଣ୍ଟ —ଯେଉଁ ଖୁଣ୍ଟମାନ ଘର—ଚାରିପାଖରର କାନ୍ଥ ଦେହରେ ଥାଏ ଓ ୟହିଁ ଉପରେ ପାରିଆ ଶେଣୀ ଚାଲିଥାଏ; ପିଣ୍ଡାଖୁଣ୍ଟ=ପିଣ୍ଡା ଉପରେ ବସା ଯାଇ ଥିବା ସାନ ସାନ ଖୁଣ୍ଟମାନ]
୨: ମୋଟ କୀଳକ; ମେଖ —୨. Thick peg; stake.
୩: ଶୁଷ୍କ ବୃକ୍ଷର ଶାଖାହୀନ କାଣ୍ଡ; ଖୁଣ୍ଟ — ୩. Branchless trunk of a dead tree.
୪: ଛୋଟ ଖମ୍ବ —୪. A small pillar or post.
୫: ଗୋଟିଏ ସବାରି କାନ୍ଧେଇବା ନିମନ୍ତେ ଆବଶ୍ୟକ ନିର୍ଦ୍ଦିଷ୍ଟ ସଂଖ୍ୟକ (୪, ୬, ୮, ୯: ବା ୧୨: ଜଣ) ବେହେରା — ୫. A set bearers required to carry a palky.
୬: ଲମ୍ବ ହୋଇ ପଦାକୁ ବାହାରି ପଡ଼ିଥିବା ବସ୍ତୁ — ୬. A long protruding thing.
୭: ମେରି ଖୁଣ୍ଟ; ଖଳାର ବା ଘରର ମଝିଖୁଣ୍ଟ — ୭. The central post or pillar of a house or threshing floor.
୮: ପ୍ରସବ କରିବା ସମୟରେ ଶୂଳ ଆସିବା ବେଳେ ସ୍ତ୍ରୀ— ଲୋକମାନେ ଘର ଭିତରେ ପୋତାଯାଇଥିବା ଯେଉଁ ସ୍ତମ୍ବକୁ ଧରି ଶୂଳ ଖାଆନ୍ତି —୮. A post fixed on the floor of a house for a woman to hold it and strain herself while undergoing the pangs of child-birth.
୯: (ଲକ୍ଷଣାର୍ଥ)—(ଘରର ମଝିଖୁଣ୍ଟ ବା ମେରିଖୁଣ୍ଟ ପରି) ନେତା; ପ୍ରଧାନ ବ୍ୟକ୍ତି —୯. Principal or central person in a concern; leader.
୧: ମାଲ ଖୁଣ୍ଟ —୧୦. A post in the centre of a gymnasium erected for athletic exercises
ଦେ. ବିଣ —
ପ୍ରଧାନ —Chief.