ଖୁଣ୍ଟା
ଖୁଣ୍ଟା —
ଉଚ୍ଚାରଣ: Khuṇṭā
খঁটা
खुटा
ଦେ. ବି. (ସଂ. ସ୍ଥୁଣା=ସ୍ତମ୍ଭ; କ୍ଷୋଡ଼ା=ଗଜବନ୍ଧନସ୍ତମ୍ଭ) —
୧: ମଲା ଗଛର ଶାଖାବିହୀନ କାଣ୍ଡ — ୧. Branchless trunk of a withered tree.
୨: କାନ୍ଥରେ ଲୁହାଆଦି ରଖିବା ପାଇଁ ମରା ଯାଇଥିବା କୀଳା —୨. Clothes-peg.
୩: ଧାନଆଦି ଗଛକୁ କାଟି ନେଲା ପରେ କ୍ଷେତରେ ଥିବା ମୂଳକାଣ୍ଟ —୩. Stubble left on the field after harvesting.
୪: ଦରପୋଡ଼ା କାଷ୍ଠଖଣ୍ଡ; ନିଆଖୁଣ୍ଟା — ୪. A poker (used to stir the fuel in an oven).
୬: କୀଳା ବା ମେଖ —୬. A peg; wedge.
୭: ଦାନ୍ତ ଖୁଣ୍ଟିବା ପାଇଁ ବା ଦାନ୍ତସନ୍ଧରେ ଗଳାଇବା ପାଇଁ ବ୍ୟବହୃତ କ୍ଷୁଦ୍ର କାଠି —୭. A twig for picking the teeth; tooth-pick.
୮: (ସଂ. କୂଟ) କଳଙ୍କ; ଅପବାଦ — ୮. Libel; infamy.
୯: ଉଘାଣ; ଦୋଷର ତୀବ୍ର ଆଲୋଚନା; ଖୁଣ୍ଟୁଣା — ୯. Harsh or ironical criticisms of one's faults or shortcomings.
ଟାଣ ଖୁଣ୍ଟା ଗୁରୁଜନ ଗଞ୍ଜଣାରୁ ମୋ ପ୍ରାଣସଖୀ ସରିବ— କବିସୂର୍ଯ୍ୟ. କିଶୋରୀଚମ୍ପୁ. ଟ ଗୀତ
୧: ମିଥ୍ୟା ଅପବାଦ — ୧୦. Defamation; jeering allusion.
୧୧: ବ୍ୟଙ୍ଗ; ବିଦ୍ରୁପ —୧୧. Jokes; innuendo.
ପ୍ରାଦେ. (ସମ୍ବଲପୁର) ବି —
କାଠର ମୁଣ୍ଡା; ମୁଣ୍ଡିକାଠ — A block or log of wood.
ଦେ. ବିଣ —
୧: ଖୁଣ୍ଟ ପରି ଠିଆ ହୋଇଥିବା — ୧. Protrudling like a pillar.
୨: ଚିଡ଼ଚିଡ଼; ଖେଣ୍ଟା —୨. Surly; bad-tempered.