Jump to content

ଖୁଣ୍ଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ଟି
ଉଚ୍ଚାରଣ: Khuṇṭi
খূঁটি खूँटी

ଦେ. ବି (ସଂ. କ୍ଷୋଡ଼=ଗଜବନ୍ଧନସ୍ତମ୍ଭ; ସ୍ଥୁଣା=ସ୍ତମ୍ଭ) —

୧: ଛୋଟ ଖମ୍ବ ବା ଖୁଣ୍ଟ —୧. Small pillar or post.

୨: ଫସଲ କଟା ହେବା ପରେ କ୍ଷେତରେ ରହିଯିବା ବା ବଢ଼ିବା ଛୋଟ ଛୋଟ ମେଖ ଭଳି ବୃକ୍ଷର ମୂଳକାଣ୍ଡ — ୨. The protruding stalks kor roots left in the field after harvesting; stubble.

୩: ଖିଅର ହେବା ପରେ ମୁହଁରେ ରହି ଯାଇଥିବା ରୁଢ଼ — ୩. The stalks of hair left at the root after shaving.

୪: ପାଣି ଅଟକାଇ ରଖିବା ପାଇଁ ଜଙ୍ଗଲରେ ପକାଯିବା ବନ୍ଧ —୪. A dam made in a forest to cheak the flow of water.

୫: କୀଳା; ମେଖ —୫. Peg; pin.

୬: ସିତାର ବା ବେହେଲାଆଦିର ତାର ଗୁଡ଼ାଇବା ନିମନ୍ତେ ଉକ୍ତ ୟନ୍ତ୍ରରେ ଶେଷକୁ ଛିଦ୍ର ହୋଇ ତହିଁରେ ପୋତା ଯାଇଥିବା କାଷ୍ଠଶଳାକା; ବେହେଲାଆଦିର କାନ — ୬. Small pins for trying or regulating the strings of stringed instruments attached to the end; the screwed pins for turning or regulating the strings.