Jump to content

ଖୁଣ୍ଟିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ଟିଆ
ଉଚ୍ଚାରଣ: Khuṇṭiā

ଦେ. ବି. (ଶବର ଭାଷା. ଖୁଣ୍ଟିଆ=ଶବରମାନଙ୍କର ଶ୍ରେଣୀ ବା ଭେଦ) —

୧: (ଶବରମାନେ ପୂର୍ବେ ଜଗନ୍ନାଥଙ୍କ ସେବକ ଥିବାରୁ)— ରାଜା ବା ଦେବତାମାନଙ୍କର ପାଶ୍ବର୍ଶ୍ବଚରବିଶେଷ — ୧. An advance-guard of a Raja or Deity (whose duty it is to warn people to keep aside when the Raja or Deity comes out and to clear way for passage.)

ଝୁଣ୍ଟିଆ ତହିଁ ମାର—ଖୁଣ୍ଟିଆ ପରାଯେ ଡାକା କରୁଥିଲେ ସେକାଳେ ଅତିଶୟ—କୃଷ୍ଣସିଂହ. ମହାଭାରତ. ବନ

[ଦ୍ର—ରାଜା ଓ ଦେବତା ବିଜେ କଲାବେଳେ ଏମାନେ ଆଗେ— ଆଗେ ଚାଲି ଲୋକଙ୍କୁ ପାଖେଇ ଯିବାକୁ ସାବଧାନ କରୁଥାଆନ୍ତି ଏମାନେ ହାତରେ ବେତ ଧରିଥାଆନ୍ତି ଏବଂ 'ମଣିମା, ଆଡ଼ ହୋ' ବୋଲି ଡାକ ଛାଡ଼ୁ ଥାଆନ୍ତି]

୨: କର୍ଣ୍ଣଭୂଷଣବିଶେଷ; ଗଣ୍ଠିଆ — ୨. An ear-ring with a ball or knot at the end hanging from the ear.

୩: ସେବକବ୍ରାହ୍ମଣ, ବଉଭଦ୍ରଗୋତ୍ରୀ ବ୍ରାହ୍ମଣ ଓ ଶୂଦ୍ର ଜାତିର ଉପାଧିବିଶେଷ — ୩. A family-title used by Māstāna-Brāhmṇas, Sebaka-Brāhmaṇas and Sūdras.

୪: ଅନାର୍ୟ୍ୟ ଶବରଜାତିର ଏକ ଶ୍ରେଣୀ — ୪. A class of Non-Aryan Ṡabaras.

[ଦ୍ର—ଏମାନେ (ଶବର. ଖୁଣ୍ଟ=ଉଚ୍ଚ ଭୂମିରେ ଥିବା ଗଛ) ଉଚ୍ଚ ବା ପାର୍ବତ୍ୟ ପ୍ରଦେଶରେ ବାସ କରୁଥିଲେ ଅନ୍ୟଶ୍ରେଣୀ 'ଜୋରିଆ' ଏମାନେ 'ଜୋର' ବା ପାଣି ନାଳ କୂଳରେ ବାସ କରୁଥିଲେ]