Jump to content

ଖୁଣ୍ଟିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ଟିବା
ଉଚ୍ଚାରଣ: Khuṇṭibā
খূটা, খোঁটা चुगना, खुटकना

ଦେ. କ୍ରି. (ତା. କୋଟ୍ଟ ଧାତୁ—ତୁଳ. ତେ—ଖୁଟ୍ଟ ଧାତୁ; ତୁଳ. ସଂ. ଖୁଣ୍ଟ ଧାତୁ=ଅନ୍ବେଶଣ କରିବା) —

୧: ଭୂମିରେ ବୁଣି ଯାଇଥିବା କ୍ଷୁଦ୍ର କ୍ଷୁଦ୍ର ପଦାର୍ଥକୁ ଭୂମିରୁ ଗୋଟି ଗୋଟି କରି ଗୋଟାଇବା; ଟୋକିବା —୧. To pick up small articles or grains strewn on the ground by means of the hand or beak.

ପଡ଼ିଥିବା ଅଇଣ୍ଠା ଭାତକୁ ଥଣ୍ଟେ ଖୁଣ୍ଟି—କୃଷ୍ଣସିଂହ. ମହାଭାରତ. ବିରାଟ

୨: ପଥରପ୍ରଭୃତିକୁ ଛୋଟ ନିହାଣଦ୍ବାରା ହାଣିବା — ୨. To cut into stone with the helf of a small cutting instrument or chisel.

୩: ଅନ୍ୟକୃତ କାର୍ୟ୍ୟକୁ ବିଶେଷଭାବରେ ପରୀକ୍ଷା କରିବା — ୩. To examine a thing critically or minutely to find out a fault; to examine a thing point by point.

୪: କାଠିଦ୍ବାରା ଦାନ୍ତମୂଳରେ ଲାଗିଥିବା ଖାଦ୍ୟ—କଣାମାନ ବାହାର କରିବା — ୪. To pick small particles of food sticking to the spaces between the teeth by means of a tooth-pick.

ସୁବର୍ଣ୍ଣ—ଖଡ଼ିକାରେ ଖଣ୍ଟଇ ଦନ୍ତପନ୍ତି—ପୀତାମ୍ବର. ନୃସିଂହପୁରାଣ

୫: କିଆରୀରେ ଧାନ ଗଛ ମଧ୍ୟରୁ ଘାସ ବା ବାଳୁଙ୍ଗାକୁ କିମ୍ବା ମୁଣ୍ଡର କଳା ବାଳ ମଧ୍ୟରୁ ଧଳା ବାଳ ଗୋଟି ଗୋଟି କରି ବାଛି ହାତରେ ଓଟାରି ନେବା — ୫. To pick out one by one the weeds from the field (leaving the paddy plants) or to pick out one by one grey hairs from the head (leaving the black hairs).

୬: ପରର ଦୋଷ ତ୍ରୁଟି ଦେଖାଇବା — ୬. To point out another person's short comings or defects.

୭: କଥା କହୁଥିବା ବ୍ୟକ୍ତିର ଦୋଷ ଧରିବା; ଖୁଣିବା — ୭. To find fault with the words spoken by a person.

୮: ଶାଗକିଆରୀରୁ ଡେଙ୍ଗା ଶାଗଗଛର ଅଗମାନ ଗୋଟି ଗୋଟି କରି ଛିଣ୍ଡାଇ ଦେବା — ୮. To crop up one by one the tops of the standing stalks of herbs from the bed with one's fingers.

୯: କିଆରୀରେ ଉପରକୁ ଉଠୁଥିବା ଖୁଣ୍ଡିମାନଙ୍କୁ ଉତ୍ପାଟନ କରିବା — ୯. To root the stubbles from a field.

୧: ଖୁମ୍ପିବା; କୌଣସି ଫଳ ଉପରେ ନଖ ବା ଥଣ୍ଟ ମାରି ଛୋଟ ଛୋଟ କଣା କରିବା — ୧୦. To make small holes in a fruit with the beak or nail.

୧୧: ଛିଣ୍ଡାଇବା —୧୧. To snatch out.

ଯେଉଁଠାରେ ଖୁଣ୍ଟିଦେବ ବହଇ ରୁଧର—ପ୍ରାଚୀ—ବ୍ରହ୍ମନିରୂପଣଗୀତା

୧୨: ଉଠାଇବା —୧୨. To pick up; to raise.

(ଯଥା—ପାଞ୍ଚ ଜଣ ଲୋକ ଲାଗି ମଧ୍ୟ ଏ କାଠଖଣ୍ଡିକୁ ଖୁଣ୍ଟି ପାରିଲେ ନାହିଁ)

୧୩: ଅଗ କତୁରିବା — ୧୩. To clip the tops.