ଖୁଦ୍କାସ୍ତ
ଖୁଦ୍କାସ୍ତ —
ଉଚ୍ଚାରଣ: Khud kāst
খুদকস্ত
खुढ़कास्त
ବୈଦେ. ବି. (ଫା. ଖୁଦ୍କାଶ୍ତ) (ନିଜେ ଗ୍ରାମର ଅଧିବାସୀ ଚାଷୀ ବା ରଇତ) —
୧: ଥାନୀ ରଇତ; ଆପଣା ବସତି ମଉଜାରେ ଜମି ଚାଷ କରିବା ପ୍ରଜା —୧. A tenant who cultivates lands his own native village; a resident royat.
୨: ଥାନୀ ରୟତି ଜମି ବା ଜୋତ୍ —୨. The holding of a resident royat.
୩: ଜମିଦାରଙ୍କ ନିଜ ଜୋତ ବା ନିଜଚାଷ ଜମି — ୩. Land cultivated by the landlord himself; zamindar's private land.
ବୈଦେ. ବିଣ —
୧: ନିଜର ବାସଗୃହ ମଉଜାରେ ଜମି ଚାଷ କରୁଥିବା —୧. Cultivating lands in one's native village.
୨: ସ୍ବୟଂ ଜମିଦାରଙ୍କ ନିଜ ହଳଦ୍ବାର ଚାଷ କରାୟାଉଥିବା (ଜମି) —୨. (land) Cultivated by the zamindar himself.
ପ୍ରାଦେ. (ସମ୍ବଲପୁର) ବି. —
ମାଫିଦାର୍ ବା ଲାଖରାଜିଦାର୍ର ଭୋଗରା ଛୋଡ଼ା ନିଜଚାଷ ଜମି —The land cultivated by the Māfidar or lākhrājidar besides his bhogrā lands.