Jump to content

ଖୁନ୍ଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁନ୍ଦା
ଉଚ୍ଚାରଣ: Khundā
খুষী धुंसा কুন্দা कुंदा

ଦେ. ବି. (ସଂ. କୃନ୍ଦ ଧାତୁ) —

୧: ହାତକୁ ମୁଠାକରି ବୁଢ଼ା ଆଙ୍ଗୁଠିଦ୍ବାରା କରାଯିବା ଆଘାତ; ଗୋବା — ୧. Stroke given by fist on the thumb-side.

ଗାଲକୁ ମରାମରି ହୋଇଲେ ଯେ ଖୁନ୍ଦା କୃଷ୍ଣସିଂହ. ମହାଭାରତ. ବନ

[ଦ୍ର—ହାତକୁ ମୁଠା କରି କାଣିଆଙ୍ଗୁଠି ପାଖଦ୍ବାରା ମରାଯିବା ଆଘାତକୁ ବିଧା, ବୁଢ଼ାଆଙ୍ଗୁଠି ପାଖଦ୍ବାରା ମୁହଁରେ ଆଘାତକୁ ମୁଖି, ଅନ୍ୟ ସ୍ଥାନରେ ଆଘାତକୁ ମୁଥ, ମୁଠାରୁ ବୁଢ଼ା ଆଙ୍ଗୁଠି ବାହାରିଥିବା ଅବସ୍ଥାରେ ମୁହଁରେ କରାଯିବା ଆଘାତକୁ ଖୁନ୍ଦା ଓ ମୁଠା କରାଯିବା ଆଙ୍ଗୁଠିରେ ଗଣ୍ଠି ଦ୍ବାରା ଆଘାତକୁ ଠଣା ବା ଠୁଣା କହନ୍ତି]

୨: ବାଡ଼ିର ମୁଣ୍ଡି ଦ୍ବାରା ଉପର୍ୟ୍ୟପରି ଆଘାତ — ୨. Repeated blows with the stock of a stick.

୩: ଅନେକ ପଦାର୍ଥ ଅଧ୍ୟରେ ଗୋଟିଏ ପଦାର୍ଥକୁ ସଂକୀର୍ଣ୍ଣ ସ୍ଥାନରେ ୟାକ ଦେବା; ଖୁନ୍ଦି ଦେବା — ୩. Huddling; pushing a thing into other similar things in a narrow space.

ବୈଦେ. (ଫା. କୁନ୍ଦା=କାଠଗଡ଼) —

କାଷ୍ଠମୟ; କୁନ୍ଦା; ବନ୍ଧୁକର ମୂଳପାଖ —The stock of a gun.