Jump to content

ଖୁନ୍ଦିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁନ୍ଦିବା
ଉଚ୍ଚାରଣ: Khundibā
চাপা; ঠেঁসা; ঠাসা चाँपना; ठुसना; ठाँसना

ଦେ. କ୍ରି. (ସଂ. କୁନ୍ଦ ଧାତୁ) —

୧: ସଂକୀର୍ଣ୍ଣ ସ୍ଥାନରେ ଅନେକ ଜୀବ ବା ବସ୍ତୁକୁ ଏକତ୍ର ଲଗାଲଗି କରି ପୁରାଇବା — ୧. To squeeze many things together; to huddle together many things or animals into a narrow space.

ଭୁଜେ ଭଜ ପାଦରେ ପାଦକୁ ଦେଇ ଛନ୍ଦି ଭିଡ଼ିଲେ ହୃଦୟକୁ କୁଚଦ୍ବନ୍ଦେ ଖୁନ୍ଦି—କୃଷ୍ଣସିଂହ. ମହାଭାରତ. ଆଦି

୨: ବାଡ଼ିର ମୂଳଦ୍ବାରା ବାରୁଦଆଦିପକୁ ବନ୍ଧୁକ ଗାତରେ ଠେସି କରି ପୁରାଇବା — ୨. To ram in (poeder)wiyh a ram-rod.

୩: ସରୁ ରନ୍ଧ୍ରରେ ମୋଟା ମୂଳିଆ ବାଡିକୁ ଉପର୍ୟ୍ଯୁପରେ ଗେଞ୍ଜିବା —To repeatedly poke or press a thick rod into a hole.

ଆଜି ତୁମ୍ଭ ଗରବ ଭାଙ୍ଗିଦେବି ମୁହିଁ ଏହା ବୋଲି କାଠି ଖୁନ୍ଦିଲେ ମୁଖେ ନେଇ— କୃଷ୍ଣସିଂହ. ମହାଭାରତ. ବନ

୪: (ବ୍ୟଙ୍ଗାର୍ଥ) ଉପର୍ୟ୍ଯୁପରି ଗୁଣ୍ଡାକୁ ଗୁଣ୍ଡା ଭାତ ପାଟିରେ ପୁରାଇବା ବା ଗିଳିବା — ୪. (ironical)To gulp down repeated morsels of food into the mouth.