Jump to content

ଖୁରମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁରମା
ଉଚ୍ଚାରଣ: Khuramā
খুর্না खुरमा

ବୈଦେ. ବି (ଫା. ଖୂର୍ମଳ୍ଖୂଷ୍କ୍) —

୧: ଲୁଣିଆ ଘୃତପକ୍ବ ନାସକା ପିଷ୍ଟକବିଶେଷ — ୧. A fragile cake fried in ghee and seasoned with salt.

୨: (ଫା—ଖୁର୍ମାହ୍)—ଶୁଖିଲା କାବୁଲି ଖଜୁରିକୋଳି — ୨. Dry date-fruits;dried fruits of phoenix of Dactylifera.

[ଦ୍ର—ଏ ଖଜୁରି ଗଛ ଉଚ୍ଚରେ ୬\୭: ହାତ ବଢେ;ଏ ଖଜୁରି ଗଛର ସଂ. ନାମ ପିଣ୍ଡ଼ ଖର୍ଜୁର;ଏ ଗଛର ମୂଳରୁ ଯେଉଁ ଷଣ୍ଢା— ମାନ କଦଳୀ ଗଛ ମୁଳରୁ ବାହାରିବା ପୂଆ ପରି ବାହାରେ ସେ ଷଣ୍ଢାମାନଙ୍କୁ କାଟିଦେଇ ଅନ୍ୟତ୍ର ଭୂଇଁରେ ପୋତିଲେ ସେଥିରୁ ନୂଆ ଗଛ ଜନ୍ମେ ଏହା ଗଛର ଗଛପାଚିଲା ଫଳକୁ ଶୁଖାଇଲେ ତାହା 'ଖୁରମା' ହୁଏ ଓ କଞ୍ଚା ଫଳକୁ ଶୁଖାଇଲେ 'ଛୁଆରା' ହୁଏ]

୩: (ତୁର୍କୀ—କୋର୍ମା)—କୁରୁମା;ଭଜାମାଂସ ଦ୍ବାରା ପ୍ରସ୍ତୁତ ତରକାରୀ (ଏଥିରୁ ହଳଦୀ ପଡ଼ିନଥାଏ) — ୩. Curry prepared with roasted meat without the addition if turmeric.