Jump to content

ଖୁରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁରା
ଉଚ୍ଚାରଣ: Khurā
খুর,খুরা खुरा

ଦେ. ବି (ସଂ. ଖୁର) —

୧: ଘୋଡ଼ାଆଦି ପଶୁଙ୍କ ଟାପୁ — ୧. Hoof.

ସେ ବରାହଖୁରାରେ ଖୋଳି ହୋଇ ମହୀ—କୃଷ୍ଣସିଂହ. ମହାଭାରତ. ବନ

[ଦ୍ର—ସାଧାରଣତଃ ଦେଖାଯାଏ ଯେ ଯେଉଁ ପଶୁମାନଙ୍କର ଶିଂଘ ନାହିଁ (ଯଥା ଘୋଡ଼ା, ଗଧ) ସେମାନଙ୍କର ଗୋଡ଼ର ଶେଷଭାଗରେ ଥିବା ଖୂରା ଶୃଙ୍ଗମୟ ଏବଂ ଗୋଲାକାର,ଏହାକୁ ଟାପୁ ବୋଲାଯାଏ; ଯେଉଁ ପଶୁ ମାନଙ୍କର ଶିଂଗ ଅଛି (ଯଥା ଗୋରୁ, ମୃଗ, ସମ୍ବର, ଛେଳି, ମେଣ୍ଢା) ସେମାନଙ୍କର ଗୋଡ଼ତଳର ଶୃଙ୍ଗମୟ ବସ୍ତୁ ଦୁଇଫାଳିଆ, ଏହାକୁ ଖୁରା ବୋଲାଯାଏ]

୨: ଖଟପାହିଆ; ଖଟଗୋଡ଼ — ୨. Bed-posts.

୩: ପାତ୍ରର ବଇଠି —୩. The circular stand below a pot; the ring at the bottom of an utensil.

ଖୁରାରୁ ଚଷକ ଝଟକ ଅଲଗା ହୋଇଗଲେ ଯଥା ଦିଶେ— ରାଧାନାଥ. ପାର୍ବତୀ

୪: (ଲକ୍ଷଣାର୍ଥ) ଗୋଡ଼ —୪. Leg.

କରଣ ଖୁରାରେ ଦଣ୍ଡବତ—କୁନ୍ତଳାକୁମାରୀ. ନଅତୁଣ୍ଡି

ପ୍ରାଦେ.

୧: (ସମ୍ବଲପୁର) ବି—ଛୁରା —୧. Daggar.

୨: (ବାଲେଶ୍ବର) ବି—(ଗୋରୁଙ୍କ ରୋଗ) ଫାଟୁଆ (ଦେଖ) ୨. Phāṭuā (See)