ଖୁରା
ଖୁରା —
ଉଚ୍ଚାରଣ: Khurā
খুর,খুরা
खुरा
ଦେ. ବି (ସଂ. ଖୁର) —
୧: ଘୋଡ଼ାଆଦି ପଶୁଙ୍କ ଟାପୁ — ୧. Hoof.
ସେ ବରାହଖୁରାରେ ଖୋଳି ହୋଇ ମହୀ—କୃଷ୍ଣସିଂହ. ମହାଭାରତ. ବନ
[ଦ୍ର—ସାଧାରଣତଃ ଦେଖାଯାଏ ଯେ ଯେଉଁ ପଶୁମାନଙ୍କର ଶିଂଘ ନାହିଁ (ଯଥା ଘୋଡ଼ା, ଗଧ) ସେମାନଙ୍କର ଗୋଡ଼ର ଶେଷଭାଗରେ ଥିବା ଖୂରା ଶୃଙ୍ଗମୟ ଏବଂ ଗୋଲାକାର,ଏହାକୁ ଟାପୁ ବୋଲାଯାଏ; ଯେଉଁ ପଶୁ ମାନଙ୍କର ଶିଂଗ ଅଛି (ଯଥା ଗୋରୁ, ମୃଗ, ସମ୍ବର, ଛେଳି, ମେଣ୍ଢା) ସେମାନଙ୍କର ଗୋଡ଼ତଳର ଶୃଙ୍ଗମୟ ବସ୍ତୁ ଦୁଇଫାଳିଆ, ଏହାକୁ ଖୁରା ବୋଲାଯାଏ]
୨: ଖଟପାହିଆ; ଖଟଗୋଡ଼ — ୨. Bed-posts.
୩: ପାତ୍ରର ବଇଠି —୩. The circular stand below a pot; the ring at the bottom of an utensil.
ଖୁରାରୁ ଚଷକ ଝଟକ ଅଲଗା ହୋଇଗଲେ ଯଥା ଦିଶେ— ରାଧାନାଥ. ପାର୍ବତୀ
୪: (ଲକ୍ଷଣାର୍ଥ) ଗୋଡ଼ —୪. Leg.
କରଣ ଖୁରାରେ ଦଣ୍ଡବତ—କୁନ୍ତଳାକୁମାରୀ. ନଅତୁଣ୍ଡି
ପ୍ରାଦେ.
୧: (ସମ୍ବଲପୁର) ବି—ଛୁରା —୧. Daggar.
୨: (ବାଲେଶ୍ବର) ବି—(ଗୋରୁଙ୍କ ରୋଗ) ଫାଟୁଆ (ଦେଖ) ୨. Phāṭuā (See)