Jump to content

ଖୁରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁରି
ଉଚ୍ଚାରଣ: Khuri
খুরি खुरिया, खोरिया

ଦେ. ବି. (ସଂ. ଖୁର; ଏହାର ଫନ୍ଦ ଖୁରପରି ଦାଢୁଆ ଥିବାରୁ) —

୧: ପାଣିପାଇବା ନିମନ୍ତେବ୍ୟବହୃତ ଛୋଟ ମୃତିକା ପାତ୍ର; ମାଟିଗିଲାସ — ୧. Earth potused for drinking; earthen glass.

୨: ସମୟର ପରିମାଣବିଶେଷ; ଏକ ଘଣ୍ଟା — ୨. A fixed measure of time; one hour.

ବାଜିଲା କ୍ଷଣେ ପ୍ରଥମ ନାଡୀ ଖୁରୀ ସାଜିଲା ମାଜଣାକୁ ସେ ବିଚକ୍ଷଣା ମାଜିଲା ମୁକୁରାସ୍ୟ ଶିରୀ କବିସୂର୍ଯ୍ୟ. ଚନ୍ଦ୍ରକଳା

୩: ଦଣ୍ଡ (ସମୟ) (ଦେଖ) — ୩. Daṇḍa (time) (See)

ଖୁରି ଅର୍ଦ୍ଧ ନ ଥାଇ ସ୍ନେହରେ ହେଳା ଖଣ୍ଡପରଶୁ ମନମୋହନଶୀଳା କବିସୂର୍ଯ୍ୟ. କବିତା

୪: ଷଣ୍ଢ, ବଳଦ ଆଦି ଖୁରା ବା ଶୃଙ୍ଗରେ ଆଘାତ କରି ମାଟିକୁ ଖୋଳିବା —୪. Pawing of cattle or stamping or tearing the ground by their hoofs and horns.

ଖୁରି ବାଛୁରିଯେ କରି ପ୍ରଚାର—ଅଭିମନ୍ଯୁ. ବିଦଗ୍ଧଚିନ୍ତାମଣି

୫: କଳହାଦିର ପ୍ରଥମ ସୂତ୍ରପାତ —୫. Initiation of a quarrel; provocation of a quarrel.

୬: ପୂର୍ବକାଳରେ ସମୟ ମାପିବା ପାଇଁ ବ୍ୟବହୁତ ଛିଦ୍ରଯୁକ୍ତ ପାତ୍ରବିଶେଷ (ଏଥିରେ ବାଲି ବା ଜଳ ଭର୍ତ୍ତି କରାଯାଏ ଏବଂ ସେ ଛିଦ୍ରବାଟେ ପାତ୍ରରୁ ବାଲି ବା ଜଳ ନିଃଶେଷିତ ହେବାକୁ ନିର୍ଦ୍ଦିଷ୍ଟ ସମୟ ଲାଗେ ପାତ୍ରରୁ ଯେତିକି ପାଣି ବା ବାଲି କମିଯାଏ, ସେହି ଅନୁସାରେ ସମୟ ନିରୂପିତ ହୁଏ) —୬. Sand-glass or water-glass with a hole at the bottom for measuring time.

୭: ଅଶ୍ବାଦିର ଟାପୁ —୭. Hoof.

ଭଦ୍ରାଶ୍ବ ଖୁରିକି ସ୍ଥାନ, ଭଦ୍ରାଶ୍ବେ ନୋହିବି ପୂନ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

ପ୍ରାଦେ. (ସମ୍ବଲପୁର) ବି —

୧: କଂସା — ୧. A bell-metal pot.

୨: ଖୁରପରି ଦାଢୁଆ ଫଦବିଶିଷ୍ଟ କଂସା; ପିଞ୍ଛା — ୨. A bellmetal pot with a sharp rim.