ଖେଦା
ଖେଦା —
ଉଚ୍ଚାରଣ: Khedā
খেদা
हाथीका खेदा
পাল
झुरड
পুঁথি
पोथी
ଦେ. ବି (ସଂ. ଖାତ କିମ୍ବା ସଂ. ଖେଟ=ମୃଗୟା) —
୧: ବଣରେ ହାତୀ ଧରିବା ନିମନ୍ତେ କରାଯିବା ଖୁଆଡ —୧. Khedda; an enclosure for trapping wild elephants.
୨: କୌଶଳକ୍ରମେ ଖାଦ୍ୟବସ୍ତୁର ପ୍ରଲୋଭନ ଦେଖାଇ ଚାରିଆଡେ ବଡ ଖୁଣ୍ଟ ପୋତା ହୋଇଥିବା ଗୋଟିଏ ସ୍ଥାନ ଭିତରେ ହାତୀ ପଲକୁ ଭରତି କରି ସେ ଖୁଆଡ଼ର ବାଟ ବନ୍ଦ କରିବା ଉପାୟରେ ହାତୀ ଧରିବା ପ୍ରଣାଳୀ — ୨. The operation of trapping wild elephants in a khedda or big enclosure.
୩: କ୍ଷୁଦ୍ର ଜୀବଙ୍କର ପହ୍ଲ ବା ପଞ୍ଚା; ଦଳ — ୩. A herd of small animals (e. g a shoal of fish; a swarm of bees.)
୪: ତାଳପତ୍ରର ଛୋଟ ପୋଥି —୪. A small manuscript composed of palm-leaves; small palm-leaf manuscript.
ଚେତା ପାଇ ବିଷ୍ଣୁଙ୍କୁ ହୃଦରେ ସୁମରନ୍ତେ ଗଣେଶ ଧ୍ୟାନ ଧଇଲେ ଖେଦା ହସ୍ତେ—ପୀତାମ୍ବର. ନୃସିଂହପୁରାଣ
[ଦ୍ର—ଅଳ୍ପସଂଖ୍ୟକ ତାଳପତ୍ରସଂବଳିତ ପୋଥିକୁ ଖେଦା ଓ ବେଶି ସଂଖ୍ୟକ ପତ୍ରଯୁକ୍ତ ପୁସ୍ତକକୁ ପୋଥି ବୋଲାଯାଏ ପୋଥିରେ ତାଳପତ୍ରମାନଙ୍କୁ ରକ୍ଷା କରିବା ପାଇଁ ଦୁଇପାଖରେ ପଟା ଥାଏ ଖେଦାରେ ପଟା ଲାଗି ନ ଥାଏ]
খেপ
खेप
୫: ଜାଲରୁ ପାଣିରେ ଏକଥର ପକାଇବା; ଜାଲ ପକାଇବାର ଏକ କ୍ଷେପ —୫. One throw of a net; one drag of a net.
খেদা
खेदाइँ
୬: (ସଂ. ଖିଦ୍ ଧାତୁ ଣିଚ ଖେଦି ଧାତୁ=ଶୋକନ୍ବିତ କରିବା, ଅନ୍ୟର ମନରେ ଦୁଃଖ ଦେବା)— ଘଉଡିବା; ତଡିବା —୬. A drive.
চকর
धेरा, चक्कर
୭: ଘେରା; ଏକଥର ଚାରିପାଖେ ବୁଲି ଆସିବା; ପରିକ୍ରମା — ୭. Going round; a circuit.
୮: ଖେଦିବା; ଚାରିପାଖ ବୁଲି ଆସିବା — ୮. Making a circuit; circumambulation.
ପ୍ରାଦେ. (ସମ୍ବଲପୁର) ବି (ତୁଳ. ଏହି ଅର୍ଥରେ ହି. ଖେଦା)— (ଏଥିପାଇଁ ମୃଗମାନଙ୍କୁ ଖେଦିବା ବା ଘଉଡାଇବାକୁ ହୁଏ ବୋଲି) —
ମୃଗୟା; ଶିକାର; ପାରିଧି —Hunt.
୯: ପଲ; ଦଳ —୯. Herd; batch.