Jump to content

ଖେପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେପ
ଉଚ୍ଚାରଣ: Khepa
খেপ खेप

ଦେ. ବି (ସଂ. କ୍ଷେପ) —

୧: ନିଃକ୍ଷେପ — ୧. Throwing; casting.

ତହିଁର ଭିତରେ ପୁଣି ଅଛି ରସକୂପ ଅଷ୍ଟଲୋହ ପଡିଲେ ବିବିଧ ରସ ଖେପ—ସାରଳା. ମହାଭାରତ. ଆଦ୍ୟ

୨: କୌଣସି କାର୍ୟ୍ୟରେ ବାର, ଥର, ଛେଦ ବା ଦଫା — ୨. One time or turn of an act.

୩: ଗଦା; ରାଶି —୩. Heap.

୪: ବେପାର ନିମନ୍ତେ ପଣ୍ୟଦ୍ରବ୍ୟ ବିଦେଶକୁ ନେଇ ସେଠାରେ ତାହା ବିକ୍ରୟ କରି ଧନ ଘେନି ଫେରିବାର ଥର — ୪. A trip of trading (taking commodities to a distant place and returning home with the sale-proceeds).

୫: ଖେପାଜାଲ —୫. A casting net.

୬: ଇୟତ୍ତା —୫. Definiteness.

୭: ପୂର୍ଣ୍ଣ ବିବରଣ — ୭. Exhaustive or complete statement.

ବ୍ରହ୍ମନିରୁପଣ କଥା କହି ନୁହେ ଖେପ ଚାରି ବେଦ ବାହାରେ ରହିଛି ତାର ରୂପ—ପ୍ରାଚୀ. ବ୍ରହ୍ମନିରୂପଣଗୀତା

୮: (ସଂ. ପ୍ରକ୍ଷେପ) ପ୍ରକ୍ଷିପ୍ତ ବାକ୍ୟ; ମୂଳ ବା ଅସଲ ଗ୍ରନ୍ଥରେ ନ ଥିବା ଓ ପରେ ଗ୍ରନ୍ଥରେ ଯୋଡା ଯାଇଥିବା ଅଂଶ — ୮. Interpolated passage which does not belong to the original work.

୯: ଗାଡ଼ି ବା ଡଙ୍ଗାରେ ମାଲ ଆଣିବାର ଥର — ୯. Cartload or boatload of articles.

(ଯଥା—ଏ ଗୋଡ଼ିତକ ଶଗଡ଼ରେ ତିନି ଖେପ ହେବ)

ଦେ. ବିଣ —

ପ୍ରକ୍ଷିପ୍ତ; ମୂଲ ଗ୍ରନ୍ଥରେ ନ ଥାଇ ପରେ ଯୋଗ କରା ଯାଇଥିବା —interpolated (passage).