ଖେପା
ଦେଖଣା
ଖେପା —
ଉଚ୍ଚାରଣ: Khepā
ଦେ. ବି (ସଂ. କ୍ଷିପ ଧାତୁ) —
୧: ଲମ୍ଫ ବା ଡିଆଁ; କୁଦା — ୧. Leap; springing; jumping.
ଏହା ଶୁଣି ହନୁମାନ ଭାରି ଖୁସି ହୋଇ ଦି ଖେପାରେ ଆସି ସୀତାଙ୍କ ପାଖେ ପହଞ୍ଚିଗଲା ନୀଳକଣ୍ଠ. ପିଲାଙ୍କ ରାମାୟଣ
୨: ନଡ଼ିଆ ଆଦି ଡେଙ୍ଗା ଗଛରେ ଚଢିବା ନିମନ୍ତେ ଚଢାଳୀର ଦୁଇ ଗୋଡ଼କୁ ଗଛର କାଣ୍ଡ ସଙ୍ଗେ ଅଟକାଇ ରଖିବା ନିମନ୍ତେ ବ୍ୟବହୁତ କୁଣ୍ଡଳାକୃତ୍ ଦଉଡ଼ି — ୨. A coiled ring rope used to keep the feet of the climber attached to the trunk of a tall tree (e.g. cocoanut) while climbing.
୩: ମାଛ ଧରିବା ନିମନ୍ତେ ବୁଲେଇକରି ପାଣି ଭିତରକୁ ନିକ୍ଷେପ କରାଯିବାର ଏକପ୍ରକାର ଜାଲ; ଘାଉଁରି ଜାଲ; ଭଉଁରି ଜାଲ — ୩. A throwing net used in fishing.
ପ୍ରାଦେ (କୁଜଙ୍ଗ) ବି —
କେଉଟଙ୍କ ବ୍ୟବହୃତ ମାଛ ରଖିବାର ପାତ୍ର; ଖାଳେଇ — A basket for putting fishes in.