Jump to content

ଖେପାଜାଲ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେପାଜାଲ
ଉଚ୍ଚାରଣ: Khepājāla
খেপ্লা জাল

ଦେ. ବି. (ସଂ. କ୍ଷେପ ଓ ଜାଲ) —

ଭଉଁରି ଜାଲ — A casting net.

[ଦ୍ର—ଏ ଜାଲ ଗୋଲାକାର ଓ ମୃଣ ପରି ଏହାର ଏକ ପ୍ରାନ୍ତରେ ଲମ୍ବ ଦଉଡି ଲାଗିଥାଏ ଜାଲର ମେଲା ପାଖର ପରିଧିରେ ଗୁଡିଏ ସୀସାଗୁଳି ବନ୍ଧା ଥାଏ ମାଛ ଧରିବା ବ୍ୟକ୍ତି ଡଙ୍ଗାରେ ବା ପାଣିକୂଳରେ ଠିଆ ହୋଇ ଦଉଡିର ଶେଷ ଭାଗକୁ ଆପଣା ହାତରେ ଅକ୍ତିଆର କରି ରଖି ଏ ଜାଲକୁ ଘୁରେଇ କରି ଦୂରକୁ ଗଭୀର ପାଣି ଆଡକୁ ନିକ୍ଷେପ କରେ ଜଳମଧ୍ୟରେ ଗୋଡିଏ ଗୋଲାକାର ସୀମାକୁ ଅଧିକାର କରି ଏ ଜାଲ ପଡେ ଓ ସୀସା ଗୁଳିରଭାରରେ ଜାଲର ମେଲା ମୁହଁ ପାଣି ତଳକୁ ବୁଡିଯାଏ ସେହି ପରିଧିର ସୀମା ମଧ୍ୟରେ ଥିବା ମାଛଗୁଡିକ ସେ ଜାଲରେ ରହି ୟାଆନ୍ତି ଓ କ୍ଷେପଣ— କାରୀ ତାହା ଧୀରେ ଧୀରେ କୂଳକୁ ବା ନୌକା ପାଖକୁ ଟାଣି ଆଣିଲା— ବେଳେ ଜାଲର ମେଲା ମୁହଁ ସୀସାଗୁଳିର ଭାର ଯୋଗୁଁ ମୁଦି ହୋଇ ଯାଏ ଓ ମାଛ ୟାକ ସେହି ମୁଦ୍ରିତ ମୃଣି ଭିତରେ ରହି ୟାଆନ୍ତି]