ଖେଳା
ଦେଖଣା
ଖେଳା —
ଉଚ୍ଚାରଣ: Kheḻā
খো
खेलाइ
ସଂ. ବି. (ଖେଳ୍ ଧାତୁ=କ୍ରୀଡ଼ା କରିବା+ଭାବ. ଅ+ସ୍ତ୍ରୀ. ଆ) —
୧: କ୍ରୀଡ଼ା —୧. play.
୨: କୌତୁକ —୨. Amusements.
୩: ପରିହାସ —୩. Jest.
୪: କମ୍ପିବା —୪. Shaking.
୫: ନାଟକାଭିନୟ —୫. Dramatic performance.
ଦେ. ବିଣ —
କ୍ରୀଡ଼ାରତ —Playful; sportive.
ସଂହାରି ନେଲା ତା କି ଛଟାରେ ଖେଳା ଖଞ୍ଜନ ଲେଉଟା ଆଣି ରାଧାନାଥ. ୟୟାତି
ଦେ. ବି. (ସଂ. ଖେଳନ) —
୧: ଖେଳାଇବାର କର୍ମ — ୧. The act of kheḻāibā
(ଯଥା—ସାପ ଖେଳା)
୨: ଖେଳିଆଇବାର କର୍ମ — ୨. The act of Kheḻiāibā.
(ଯଥା—ଗଦାର ମାଟିଖେଳା )