Jump to content

ଖୋପା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋପା
ଉଚ୍ଚାରଣ: Khopā
খোপা खोपा

ଦେ. ବି—(ସଂ. କ୍ଷୁପ=ବୁଦା; ବୁଦାପରି ହୋଇଥିବାରୁ; କିମ୍ବା ଖର୍ପର=ଖପୁରୀ; ଖପୁରି ଉପରେ ବନ୍ଧା ହେବାରୁ— ତୁଳ—ଇଂ.କୋଫ୍ଯୁର; ତୁଳ—ପର୍ଟୂଗୀଜ କୋଇଫା; ଫ୍ରେଞ୍ଚ. କୋଫେ) —

ଜୁଡା; ଖୋସା; ବନ୍ଧା ହୋଇଥିବା କେଶର ଗୁଚ୍ଛ; ଗଣ୍ଠି —A chignon; a fillet or tress of hair tied into a knot; coiffure.

[ଦ୍ର—ସ୍ତ୍ରୀଲୋକମାନଙ୍କର ଖୋପା ବାନ୍ଧିବାର ଅନେକ ପ୍ରକାର ରୀତି ଅଛି ଯେଉଁମାନଙ୍କର ବେଶି ବାଳ ନଥାଏ, ସେମାନେ ନିଜ ବାଳ ଭିତରେ ଏଣୁ ତେଣୁ ବାଳ ଓ କନା ଆଦି ପୂରାଇ, ଖୋପା ବଡ ଦେଖାଯିବା ଭଳି ଭାନ୍ଧନ୍ତି ଡେଙ୍ଗା, ଲୋଟଣୀ ଏକପାଖିଆ, ଠିଆ, ଜାଉଁଳି,ସାଉଁଳି,ମନା,ଓଲଟ ଇତ୍ୟାଦି, ବେଣିଆଁ, ଲେମ୍ବୁପରି, ବେଲାପରି, କଦଳୀପରି, ବେକମୂଳରେ, କପାଳଉପରେ, କାନମୂଳରେ, ଡାହାଣ ପାଖରେ, ବାଆଁ ପାଖରେ ଏହିପରି ବହୁତ ପ୍ରକାରର ଓ ବଡ ସାନ ବହୁତ ଆକାରର ଖୋସା ବନ୍ଧାଯାଏ]

ଦେ. ବିଣ. (ଆ. ଖପ୍ପା) —

ଖପ୍ପା;କ୍ରୁଦ୍ଧ — Angry; enraged.