ଖୋରଧା
ଦେଖଣା
ଖୋରଧା —
ଉଚ୍ଚାରଣ: Khoradhā
ଦେ. ବି. (ନାମ) (ତା. ଖୋରଦ୍ଦା=ପାର୍ବତ୍ୟ ପ୍ରଦେଶ) —
ପୁରୀଜିଲ୍ଲାର ଗୋଟିଏ ସବ୍ଡିଭଜନ୍ ଓ ସହର — Name of a subdivision and a town in the district of Purī.
[ ଦ୍ର—ଏହାପୂର୍ବ ଓଡ଼ିଶା ରାଜାଙ୍କ ଅଧୀନ ଥିଲା ଗଭର୍ଣ୍ଣମେଣ୍ଟ୍ ଏହାକୁ ଖାସ୍ଦଖଲ କରି , ପୁରୀରାଜାଙ୍କୁ ଏଥିପାଇଁ ପେନ୍ସନ୍ ଦିଅନ୍ତି ଏଠାରେ ଗୋଟିଏ ହାଇସ୍କୁଲ, ଥାନା ଓ ଗଭର୍ଣ୍ଣମେଣ୍ଟଙ୍କ ଖାସ୍ମାହାଲ୍ କଚିରି ଅଛି ଏହାର ଅଳ୍ପ ଦୂରରେ 'ଅଟ୍ରି' ଗ୍ରାମରେ ଗୋଟିଏ ଉଷ୍ଣପ୍ରସ୍ରବଣ ଅଛି ଓ ଏ ସହରର କିଛି ଦୂରରେ କାଇପଦର ଗ୍ରାମରେ ବୁଖାରୀସାହେବ୍ ନାମକ ପୀରଙ୍କର ଆସ୍ଥାନ ଅଛି ]