ଖୋଳା
ଦେଖଣା
ଖୋଳା —
ଉଚ୍ଚାରଣ: Khoḻā
খোঁড়া
खोदना
ଦେ. ବି. (ସଂ. ଖନ ଧାତୁ) —
୧: ଖନନ; ଖୋଳିବାକାର୍ୟ୍ୟ — ୧. Digging.
ଏ ସକାଶୁଁ ପ୍ରାଣୀଏ ପକାଇଲେ ରଡ଼ି ତେବେଟି ସେମାନେ ନ ଗଲେ ଖୋଳା ଛାଡ଼ି କୃଷ୍ଣସିଂହ. ମହାଭାରତ. ବନ
୨: ଖୋଳ ୧: (ଦେଖ) ୨. Khoḻa. ୧ (See)
ଡ଼ିମ୍ବର ଖୋଳା ଭିତରେ ଛାଏଣୀ ବକଳ ପ୍ରାଚୀ. ବ୍ରହ୍ମନିରୂପଣଗୀତା
ଦେ. ବିଣ —
୧: ଖନିତ —୧. Dug.
୨: ଖୋଦିତ —୨. Engraved.