ଖୋସା
ଦେଖଣା
ଖୋସା —
ଉଚ୍ଚାରଣ: Khosā
চুমরী, চুমুরী, চাঁপ
খোসা
छिलका
কোয়া
कोया
খোঁপা
खोपा
ଦେ. ବି (ସଂ. କୋଷ) —
୧: ନଡ଼ିଆଫୁଲର ବୃତି ବା ଖଣ୍ଡାର ଖାପଭଳି ଖୋଳ; ନଡ଼ିଆ ଚଅଁର ଚଅଁର ଯେଉଁ ନୌକାକୃତି ଖୋଳରୁ ପ୍ରଥମେ ବାହାରେ — ୧. The sheath or capsule from which cocoanut chauries burst forth before the flowers develop into fruits.
୨: ଫଳ, ଶସ୍ୟାଦିର ଆବରଣ, ଚୋପା ବା ଛାଲି — ୨. Husk, rind, peel or skin of a fruit.
୩: ପଣସ, ଲେମ୍ବୁଆଦିର ଫୁଟ — ୩. Seed-capsule of jack, orange etc.
୪: ଏକପ୍ରକାର ଖଜା ବା ମିଷ୍ଟାନ୍ନ — ୪. A kind of sweetmeat.
୫: କବରୀ ବା ଜୁଡ଼ା (କେଶରେ ଗଣ୍ଠି ପକାଇ ସାରି ଉକ୍ତ ଗଣ୍ଠିକୁ ଲେଉଟାଇ ନେଇ କେଶ ମଧ୍ୟରେ ଖୋସି ଦେଲେ ଯେଉଁ ଜୁଡ଼ା ହୁଏ ତାହାକୁ ଖୋସା କହନ୍ତି) — ୫. Chignon; hair dressed into an inverted knot.
ୟାହାକୁ ଅଧିକୃତ ଦେଇଥାଏ ସୁଦତୀ ଖୋସା ଉପରେ ଝରାଭୂଶାକୁରେ— କବିସୂର୍ଯ୍ୟ. ସଙ୍ଗୀତ