Jump to content

ଖୋସିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋସିବା
ଉଚ୍ଚାରଣ: Khosibā
খুঁজা खोँसना

ଦେ. କ୍ରି (ସଂ. କୋଷ) —

୧: କୌଣସି ଛୋଟ ପଦାର୍ଥକୁ ଗୁପ୍ତ ସ୍ଥାନରେ ଲୁଚାଇକରି ରଖିବା — ୧. To keep a small thing concealed.

ଅନ୍ଧାର ଘରେ କାଣୀ ବିଳସେ, ୟାହା ପାଉଥାଏ ଅଣ୍ଟାରେ ଖୋସେ—ତଗ

୨: କୌଣସି ପଦାର୍ଥକୁ ଗୁଞ୍ଜିବା — ୨. To put a thing inside the fold of another.

ଗୀତକୁ ରସେ, ଗୀତ ନେଇକରି ଚାଲରେ ଖୋସେ—ତଗ

୩: କୌଣସି ପଦାର୍ଥ (ଯଥା—ଲୁଗାର ଫେର, ବାଳର ଗଣ୍ଠି)କୁ ଲେଉ଼ଟାଇ କରି ମାରିବା — ୩. To tuck up by giving a turn.

୪: ଛୋଟ ଖଣତିରେ ଗଛମୂଳ ନିକଟର ମାଟିକୁ ଲେଉଟ— ପାଉଟ କରି ଶିଥିଳ କରିବା — ୪. To slacken the earth round the foot of a plant by digging and turning it up lightly.

୫: (ଆଖି) ଉପରକୁ ଟେକିବା — ୫. To turn (eyes) upwards.

ଚୁମ୍ବଇ ଚୁମ୍ବି ମୋ ଅଧର ପୀଡ଼ି ନେତ୍ରକଞ୍ଜ ଖୋସି—କବିସୂର୍ଯ୍ୟ. ସଙ୍ଗୀତ