ଗଞ୍ଜପା

ଉଇକିଅଭିଧାନ‌ରୁ

ଗଞ୍ଜପା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - [ ଫରାସୀ - ରଂଜୀଫା (ଫରାସୀ - ଗଞ୍ଜ+ଧନ; ଏ ଖେଳକୁ ତୁରଷ୍କରେ ଧନୀ ବଣିକମାନେ ଖେଳୁଥିଲେ),ଗଞ୍ଜଫା= ତାସ୍ ][ସମ୍ପାଦନା]

ତାସ୍ ଖେଳପରି ଏକପ୍ରକାରର ଦେଶୀ ଖେଳ — A country-game of cards.

[ ଦ୍ର— ଏ ଖେଳ ତୁରଷ୍କଦେଶରେ ପ୍ରଥମେ ପ୍ରବର୍ତ୍ତତ ହୁଏ ପରେ ମୋଗଲମାନଙ୍କଦ୍ୱାରା ଭାରତକୁ ଆନୀତ ହୋଇ ଏବଂ ଭାରତୀୟ ହିନ୍ଦୁମାନଙ୍କଦ୍ୱାରା ପରିବର୍ତ୍ତିତ ହୋଇ ଏହା ଚଳିଅଛି ଗଞ୍ଜପା ଖେଳର ବିବରଣ—ଏ ଖେଳରେ ଖେଳାଳିମାନଙ୍କୁ ବିଶେଷ ମସ୍ତିଷ୍କଚାଳନାଦ୍ୱାରା ଖେଳିବାକୁ ହୁଏ ପ୍ରାଚୀନ ଗଞ୍ଜପାରେ ୧୪୮: ଖଣ୍ତ ତାସ ଥିଲା ଓ ରାମାୟଣର ଅନେକ ଘଟନା (ଗନ୍ଧମାଦନ ପର୍ବତ, ପଞ୍ଜ୍ଚବଟୀ, ରାମ ଲକ୍ଷ୍ମଣ, ରାବଣ ଇତ୍ୟାଦି) ସେଥିରେ ଚିତିତ ଥିଲା ମାତ୍ର ଆଧୁନିନ ଗଞ୍ଜପା ଖେଳରେ ୯୬: ଖଣ୍ତ ଗୋଲାକାର ତାସ ବା ସାର ବ୍ୟବହୃତ ହୁଏ ଏଥିରେ ରଙ୍ଗ ସଂଖ୍ୟା ୮ ଗୋଟି, ଯଥା— ନାଲି ଭୂମିରେ ହଳଦିଆ ଚିହ୍ନ୨ ସୋମେଶ୍ୱର ବା ସମଶେର୍— ନାଲି ଭୂମିରେ ଧଳା ଲମ୍ୱ ଚିହ୍ନ୩ ଚନ୍ଦ୍ର—କଳା ଭୂମିରେ ଧଳା ଚିହ୍ନ୪ ଗୋଲାମ—ଧଳା ଭୂମିରେ ନାଲି ଗୋଲ ଚିହ୍ନ୫ ଚେଙ୍ଗ— ନେଳି ଭୂମିରେ ହଳଦିଆ ଲମ୍ୱ ଚିହ୍ନ ୬ ବରାତ—ନାଲି ଭୂମିରେ ଧଳା ଚଉକୋଣି ଚିହ୍ନ୭ ସୂର୍ଯ୍ୟ— ନେଳି ଭୂମିରେ ହଳଦିଆ ଗୋଲ ଚିହ୍ନ୮ କୁମାଚ ବା କୀମାଚ— ହଳଦିଆ ଭୂମିରେ ନାନା ରଙ୍ଗର ଗୋଳକ ଚିହ୍ନ ଏ ଖେଳରେ ୩ ବା୪ ଜଣ ଖେଳାଳି ଖେଳନ୍ତି ଓ ୪ ଜଣ ଖେଳିଲେ ପରସ୍ପରଙ୍କ ବିପରୀତ ଦିଗରେ ଉପବିଷ୍ଟ ୨ ଖେଳାଳି ଏକ ଦଳ ବୋଲି ପରିଗଣିତ ହୁଅନ୍ତି ପ୍ରତ୍ୟେକ ରଙ୍ଗରେ ୧୨: ଖଣ୍ତି ତାସ୍ ଥାଏ ୧ ଟିପଠାରୁ ୧ ଟିପ; ମନ୍ତ୍ରୀ=୧୧: ; ରାଜା=୧୨: ତାସ୍ ଖେଳ ପରି ଏ ଖେଳରେ 'ରଙ୍ଗ' କଟାଯାଏ ଏହି ଖେଳରେ ତାସର ମୂଲ୍ୟ ଗଣନା କରିବାର ୨ଟି ବାକ୍ୟ ଅଛି ଯଥା ===

୧. "ଫୁଲ, ସୋମେଶ୍ୱର, ଚନ୍ଦ୍ର, ଗୋଲାମ ଏକେଇ ଖରଚ ଦହିଲା କାମ" ଅର୍ଥାତ୍ ପ୍ରଥମୋକ୍ତ ୪ ଗୋଟି ରଙ୍ଗରେ, ରାଜା ତାସର ମୂଲ୍ୟ =୧୨: ,ମନ୍ତ୍ରୀ ତାସ=୧୧: , ଦଶଟିପବାଲା=୧,୯ଟିପବାଲା= ୯,୮ଟିପବାଲା=୮, ୭ଟିପବାଲା=୭,୬ଟିପବାଲା=୬, ୫ଟିପବାଲା=୫, ୪ଟିପବାଲା=୪,୩ଟିପବାଲା=୩,୨ଟିପ— ବାଲା=୨,୧ଟିପବାଲା=୧
୨. ଚେଙ୍ଗ ବରାତ ସୂର୍ଯ୍ୟ କୁମାର ଏକେଇ କାମ ଦହିଲ କରଚ

ଅର୍ଥାତ୍ ଦ୍ୱିତୀୟୋକ୍ତ ୪ଗୋଟି ରଙ୍ଗରେ— ରାଜାତାସର ମୂଲ୍ୟ=୧୨: ,ମନ୍ତ୍ରୀ ତାସ=୧୧: , ଟିକା ବା ଏକା ତାସ=୧, ଦୁଆ ତାସ=୯,୩ଟିପଯୁକ୍ତ=୮,୪ଟିପଯୁକ୍ତ=୭,୫ଟିପଯୁକ୍ତ =୬, ୬ଟିପଯୁକ୍ତ=୫, ୭ଟିପଯୁକ୍ତ=୪,୮ଟିପଯୁକ୍ତ=୩, ୯ଟିପଯୁକ୍ତ=୨,୧ ଟିପଯୁକ୍ତ=୧ ଉଦାହରଣସ୍ୱରୂପ ୧ଟିପଯୁକ୍ତ ତାସର ମୂଲ୍ୟ (୧) ଠାରୁ ୪ଟିପଯୁକ୍ତ ତାସର ମୂଲ୍ୟ (୭) ବେଶି ଯେଉଁ ରଙ୍ଗର ତାସ୍ କଟା ଯାଇଥାଏ ସେହି ରଙ୍ଗର କଟା ହୋଇଥିବା ସଂଖ୍ୟାର ନିମ୍ନତର ସାରଯାକ ବେକାମିକା ହୁଏ ସେହି ରଙ୍ଗର ରାଜା ଯେଉଁ ଖେଳାଳିଙ୍କ ହାତରେ ଥିବା ସେ ଉକ୍ତ ତାସ୍— ପଟକ ପକାଇ ଏକ ସାର ତାସ ନ ପାଇବା ପର୍ଯ୍ୟନ୍ତ ଅନ୍ୟ କେହି ଖେଳାଳି ସେହି ରଙ୍ଗର ଅନ୍ୟ ତାସରେ ଖେଳି ପାରିବେ ନାହିଁ ତାସ୍ ଖେଳରେ କଟା ରଙ୍ଗ ଛଡ଼ା ଅନ୍ୟ ରଙ୍ଗର ତାସ୍ 'ପାଶ୍' ଦିଆଯିବା ଭଳି ଗଞ୍ଜ୍ଜପାରେ ଏହାକୁ 'ହୁକୁମ୍' ବୋଲାଯାଏ ତାସ୍ ଖେଳର ପ୍ରଥମେ ତୁରଷ୍କ ଦେଶରେ ପ୍ରବର୍ତ୍ତିତ ହୋଇ ଯବନଶାସନ କାଳରେ ମୋଗଲମାନଙ୍କଦ୍ୱାରା ଭାରତରେ ପ୍ରବର୍ତ୍ତିତ ହୋଇଥିଲା ମୁସଲମାନମାନଙ୍କର ତାସ୍ ଖେଳ ଅନୁକରଣରେ କେତେକ ହିନ୍ଦୁ— ନରପତି ଏହି ଗଞ୍ଜ୍ଜପା ଖେଳ ଆବିଷ୍କାର କଲେ ଫାର୍ସୀ—'ଗଞ୍ଜ୍'ର ଅର୍ଥ ଧନ; 'ଗଞ୍ଜ୍ଜୀ'ର ଅର୍ଥ ଧନୀ ବଣିକ, ମହାଜନ, ଅମୀର ଆଦି ଧନୀମାନେ ଏ ଖେଳ ଖେଳୁଥିବାରୁ ଏହାର ନାମ ଗଞ୍ଜ୍ଜୀଫା ଉର୍ଦ୍ଦୁଭାଷାରେ ପ୍ରବର୍ତ୍ତିତ ଏହି ଗଞ୍ଜ୍ଜୀଫା ଶଦ୍ଦ ତାସ୍ ଅର୍ଥରେ ଫାର୍ସୀ ଭାଷାରେ ଗୃହୀତ ହେଲା ଜ୍ଞ୍ଜାନେନ୍ଦ୍ରମୋହନ ଉଦ୍ଧୃତ. ଐତିହାସିକ ଚିତ୍ର ]