ଗଞ୍ଜାମରୂଡ଼ି
ଦେଖଣା
ଗଞ୍ଜାମରୂଡ଼ି
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ଗାଳି)
[ସମ୍ପାଦନା]- ୧. ଗଞ୍ଜାମର ପୂର୍ବତନ ନଗର ଗଞ୍ଜାରେ ହୋଇଥିବା ମରୁଡ଼ି ବା ମହାମାରୀ —୧. A pestilence hich devastated the town of Ganja which had been the former headwuarters of the district of Ganjam.
[ଦ୍ରଷ୍ଟବ୍ୟ —ଗଞ୍ଜାମ ଜିଲାର ପୂର୍ବତନ ରାଜଧାନୀ ଗଞ୍ଜାମ ବା ଗଞ୍ଜାନଗର ବଙ୍ଗୋପସାଗର କୂଳରେ ଅବସ୍ଥିତ ଆଗେ ଏହି ନଗର ଅତ୍ୟନ୍ତ ସମୃଦ୍ଧିଶାଳୀ ଓ ଜନପୂର୍ଣ୍ଣ ଥିଲା କେତେକ ବର୍ଷ ପୂର୍ବେ ହଠାତ୍ ପ୍ରବଳ ମାଲେରିଆଦ୍ୱାରା ଏହି ଧନଜନପୂର୍ଣ୍ଣ ସୁବୃହତ୍ ମନୋହର ନଗରଟି ଏକାବେଳେ ଜନଦୃଶ୍ୟ ଓ ଛାରଖାର ହୋଇଗଲା
ଏହାର ଧ୍ୱଂସାବଶେଷ ଯେ କୌଣସି ଦର୍ଶକର ମନରେ କ୍ଷଣକ ମଧ୍ୟରେ ସଂସାରର ନଶ୍ୱରତାର ଗୋଟିଏ ସୁନ୍ଦର ଚିତ୍ର ଆଙ୍କିଦିଏ କ୍ରମେ ଏଠାରେ ରାଜକୀୟ କାର୍ଯ୍ୟାଳୟମାନ ସ୍ଥାନାନ୍ତରିତ ହୋଇଅଛି ଜନସମାଗମଶୂନ୍ୟ ସୁପ୍ରଶସ୍ତ ରାଜପଥମାନ ନଗର ମଧ୍ୟରେ ଆଦ୍ୟାପି ବର୍ତ୍ତମାନ ଆମ୍ଭେମାନେ ଥରେ ଏହି ଧ୍ୱଂସାବଶେଷ ଚିତ୍ର ନିରୀକ୍ଷଣ କରି ସ୍ତବ୍ଧ ହୋଇ ଯାଇଥିଲୁଁ ମାଲେରିଆ ପ୍ରକୋପ କମିଯିବାରୁ ବର୍ତ୍ତମାନ କେତେକ ଲୋକ ଏଠାରେ ବାସ କରୁଅଛନ୍ତି ଗଞ୍ଜାର ସେହି ପ୍ରଳୟସଂକାଶ ଭୟାନକ ମହାମାରୀ ଲକ୍ଷ୍ୟ କରି ଗଞ୍ଜାମ— ଜିଲ୍ଲାର ଗ୍ରାମ୍ୟ ଲୋକମାନେ ଅନ୍ୟକୁ ଗାଳି ଦେବାରେ ଗଞ୍ଜାମରୁଡ଼ି କଥା ବ୍ୟବହାର କରନ୍ତି]
- ୨. (ସକ୍ଷଣାର୍ଥ) ସର୍ବନାଶ ବା ଧ୍ୱଂସକାରୀ ମହାମାରୀ — ୨. (figurative) An all-devasting pestilence.