ଗଞ୍ଜିବା

ଉଇକିଅଭିଧାନ‌ରୁ

ଗଞ୍ଜିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ଗଞ୍ଜନ)[ସମ୍ପାଦନା]

୧. ଭର୍ତ୍ସନା କରିବା — ୧. To abuse.
୨. ଅପମାନିତ କରିବା — ୨. To insult; to humiliate.
୩. ନନ୍ଦିତ; ନିନ୍ଦା କରିବା —୩. To blame.

ଏହି ସେ ଅଧର, ଯାର ରମ୍ୟ ଅରୂଣିମା ଗଞ୍ଜୁଧାଇ ପକ୍ୱବିମ୍ୱେ ରାଧାନାଥ. ଶ୍ମଶାନଦୃଶ୍ୟ

୪. ପ୍ରପୀଡ଼ିତ କରିବା; ପୀଡ଼ା ଦେବା — ୪. To oppress; to torment.
୫. ଦଣ୍ଡ ଦେବା —୫. To punish.
୬. ଜିଣିବା; ପରାଜିତ କରିବା — ୬. To defeat; to vanquish.

ନିଜ ତେଜେ ଅନଳ ଦେବତାଙ୍କୁ ଗଞ୍ଜି କୃଷ୍ଣସିଂହ. ମହାଭାରତ. ସଭା

୭. (ଲକ୍ଷଣାର୍ଥ) ବଳିଯିବା — ୭. (figurative) To exceed.

ନଞ୍ଜନ୍ତି କନ୍ଦର୍ପ ରୂପକୁ ହେଲେ ସଜ କୃଷ୍ଣସିଂହ. ମହାଭାରତ. ବନ

୮. ଭାଙ୍ଗିବା; ଦମନ କରିବା —୮. To cheak.

ଗର୍ବ ଗଞ୍ଜିଲେ ବ୍ରହ୍ମାଙ୍କର ଭୂପତି. ପ୍ରେମପଞ୍ଚାମୃତ