ଗଡ଼ିବା

ଉଇକିଅଭିଧାନ‌ରୁ

ଗଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଗଡ଼ ଧାତୁ; ଗଳ ଧାତୁ)[ସମ୍ପାଦନା]

୧. ଲୁଣ୍ଠିତ ହେବା; ଭୂମିରେ ଲୋଟିବା — ୧. To roll or wallow on the ground.

ତୁମ୍ଭେ ସେ ତରୁଣୀ ଚାଲିବା ସରଣୀ ପରାଣେ ଗଡ଼ିବା ଜାଗିଲେ କବିସୂର୍ଯ୍ୟ. ସଙ୍ଗୀତ

୨. (କାଳ) ଅତିବାହତ ହେବା; ଟିପିଯିବା — ୨. To expire (time.)
୩. ଅତିକ୍ରାନ୍ତ ହେବା —୨. To pass.

ଦିନ ତିନି ପହର ଗଡ଼ି ଗଲାଣି ଫକୀରମୋହନ. ଛଅମାଣଆଠଗୁଣ୍ଠ

୪. ଉପରୁ ତଳକୁ ଖସିବା — ୪. To come down or fall down.

ଧ୍ୱନି ଛାଡ଼ିଣ ରଥରୁ ଗଡ଼ିଲେ ବିଶ୍ୱନାଥ. ବିଚିତ୍ରରାମାୟଣ

୫. (ଶଗଡ଼ଚକ ଓ ବଲ୍ ଆଦି) ଭୂମିରେ ଘୂରି ଘୂରି ଗତି କରିବା —୫. To move in a wheeling or rolling manner.
୬. (ଜଳସ୍ରୋତ) ଉପରୁ ତଳକୁ ବହିବା — ୬. To flow down (current).
୭. ମନୁଷ୍ୟର ଆଖିରୁ ଲୁହ ଓ ପାଟିରୁ ନାଳର ଧାର ବହିବା ୭. To be shed or to trickle down said of tear or saliva.
୮. (ଖାଦ୍ୟାଭାବରୁ ଭୋକରେ ଶବ ପରି) ଭୂମିରେ ଲୋଟିବା ବା ଛଟପଟ ହେବା —୮. To starve; to famish.
୯. (ଖାଦ୍ୟ) ଜୀର୍ଣ୍ଣ ନ ହୋଇ ପେଟରେ ଗଡ଼ଗଡ଼ ହେବା ବା ମଥିତ ହେବା —୯. Undigested food) To roll in the stomach.
୧. ରଙ୍କ ପରି ହେବା —୧୦. To act like a famished person.

୧୧: (ହିଂସ୍ରଜନ୍ତୁ) ପର୍ବତ ବା ଅରଣ୍ୟ ପ୍ରଦେଶରୁ ନିମ୍ନଭୂମିକୁ ବା ଗ୍ରାମକୁ ଆସିବା — ୧୧. (wild animal) To come down from the hill to the forest or the plains.

୧୨: ଓହ୍ଲାଇ ଆସିବା — ୧୨. To descend; to come down.

୧୩: ଆସିବା — ୧୩. To come.

(ଯଥା—ସମାଗତ ବନ୍ଧୁବାନ୍ଧବମାନେ ଗ୍ରାମର କାହା ଘରକୁ ଆସିଲେ ସମୟରେ ଏସ୍ଥାନକୁ (ଗ୍ରାମର କୋଠଘରକୁ) ଗଡ଼ିଆସନ୍ତି)

୧୪: (ବର୍ତ୍ତୂଳବସ୍ତୁ) ଇତସ୍ତତଃ ସଞ୍ଚାଳିତ ହେବା — ୧୪. To roll here and there on the ground.

୧୫: ରୋଗ ଯୋଗୁଁ ଦେହରେ କୌଣସି ଅଂଶରୁ ଜଳ ବା ରକ୍ତ ଅନ୍ୟ ଅଂଶରେ ଆସି ଜମା ହେବା — ୧୫. (blood and lymph) To accumulate in any particular part of the body.

୧୬: କୌଣସି ସ୍ଥାନରେ ଆସି ଉପସ୍ଥିତ ହେବା — ୧୬. To come and arrive at a place.

କଖାରୁ ଚୋପି, ବେଳକାଳ ଜାଣି ଗଡ଼ିଲେ ଗୋପୀ—ତଗ

୧୭: (ଗୋଲ ବସ୍ତୁ, ଯଥା—ମନୁଷ୍ୟମୁଣ୍ଡ; ବାଇଜିହାଣ୍ଡି) ବହୁ ପରିମାଣରେ ଇତସ୍ତତଃ ପଡ଼ିବା — ୧୭. To lie scattered.

୧୮: ନିଦ ନ ଲାଗିବାରୁ ଶେଯରେ ପଡ଼ି ଏପଟେ ସେପଟେ ହେବା; ଗଡ଼େଇତଡ଼େଇ ହେବା — ୧୮. To roll on the bed sleeplessly.

ଗଡ଼ୁଥିଲା ବାଳ ଶୟନେ ତନୂକୁ ଏପଟେ ସେପଟେ ରଖି— ରାଧାନାଥ. ଯଯାତିକେଶରୀ

୧୯: (ତାରିଖ) ସ୍ଥଗିତ ହେବା — ୧୯. To be adjourned.

କିଛି ଖରଚପତ୍ର କଲେ ଦିନ ଯାଏ ମାମଲା ତାରିଖ ଗଡ଼ି ଯିବ—ଫକୀରମୋହନ. ଗଳ୍ପସ୍ୱଳ୍ପ

୨. ଗର୍ଭାଧାନ ଯୋଗୁଁ (ମାସ ବା ମାସିକ ଋତୁକାଳର) ସମୟ ଟପିଯିବା — ୨୦. (the time of monthly course) To be stopped owing to pregnancy.

[ଦ୍ରଷ୍ଟବ୍ୟ —ଏହି ଅର୍ଥରେ ଗଡ଼ିବା ଶବ୍ଦ 'ମାସ ଗଡ଼ିବା'ରେ କେବଳ ବ୍ୟବହୃତ ହୁଏ ଯଥା—ତାର ମାସ ଗଡ଼ିଲାଣି=ସେ ଗର୍ଭବତୀ ହେଲାଣି]