ଗଣ୍ଠିଆ
ଦେଖଣା
ଗଣ୍ଠିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଗ୍ରନ୍ଥିଳ)
[ସମ୍ପାଦନା]- ୧. ଗ୍ରନ୍ଥିଳ; ଗଣ୍ଠିଯୁକ୍ତ — ୧. Knotty; nodular.
ମୂନ ଘଷା ଗଣ୍ଠିଆ ସାନ ସାନ ସର କୃଷ୍ଣସିଂହ. ମହାଭାରତ, ବନ
- ୨. କୃପଣ —୨. Miserly; niggardly.
ଦାରୀ କାହାର ମାଇପ? ଗଣ୍ଠିଆ କାହାର ଘଇତା?—ପ୍ରବଚନ
- ୩. କୁଟୀଳ —୩. Crooked.
- ୪. ଗ୍ରନ୍ଥି ସମ୍ୱନ୍ଧୀୟ —୪. Relating to a joint.
- ୫. ଜଟିଳ — ୫. Tangled; intricate; complicated.
- ୬. ଚତୁର; ଜଟିଳ ବିଷୟ ବୁଝିବାରେ ପାରଗ — ୬. Expert in unrevelling tangled questions.
ଆମ୍ଭ ମରଣ ବିଚାରୁଛୁ, ଗଣ୍ଠିଆପଣ ଦେଖାଉଛୁ ଭୂପତି, ପ୍ରେମପଞ୍ଚାମୃତ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ହାତ ତିଆରି ଛୋଟ ବନ୍ଧୁକ — ୧. A kind of small hand-made gun.
[ଦ୍ରଷ୍ଟବ୍ୟ —ଏହା ମାଙ୍କଡ଼ଙ୍କୁ ତଡ଼ିବାରେ ବ୍ୟବହୃତ ହୁଏ କୌଣସି ସ୍ଥାନରେ ଯାତ୍ରା ଦଳ ମଧ୍ୟ ଏହି ବନ୍ଧୁକ ବ୍ୟବହାର କରନ୍ତି]
- ୨. କାନର ନୋଳିବିଶେଷ; ସ୍ତ୍ରୀ ଲୋକମାନଙ୍କର କର୍ଣ୍ଣାଳଙ୍କାର— ବିଶେଷ (ନୋଳି ତଳେ ଗୋଟିଏ ଗଣ୍ଠି ଭଳି ଆବୁ ବାହାର କରି ଏ ଅଳଙ୍କାର ପ୍ରସ୍ତୁତ କରାଯାଏ) — ୨. An earring with a knot at the bottom.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ହାତ ଗୋଡ଼ ଆଦିରେ ହୋବା ବିଣ୍ଡି — Corns; calluse.