ଗଣ୍ଡି
ଗଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - କାଣ୍ଡ)
[ସମ୍ପାଦନା]- ୧. ବୃକ୍ଷର ମୂଳଠାରୁ ଶାଖା ବାହାରିବା ପର୍ଯ୍ୟନ୍ତ ଅଂଶ; ଗଡ଼ —୨. Trunk of tree.
- ୨. (ସଂସ୍କୃତ - ଗଣ୍ଡ) ଗଳଗଣ୍ଡ —୨. Goitre.
- ୩. ଗଣ୍ଡ ଜାତିର ଭାଷା — ୩. The language of the Gaṇḍas.
- ୪. ଦେହ; ଶରୀର —୪. Body.
କି ଖାଉଛ ଗଣ୍ଡି ତୋହର ଯେ ବଢ଼ୁଅଛି କୃଷ୍ଣସିଂହ. ମହାଭାରତ. ଆଦି
- ୫. ଦେହର ମଧ୍ୟ ଭାଗ; ମୁଣ୍ଡ ଛଡ଼ା ଦେହର ଅନ୍ୟ ଅଂଶ — ୫. Trunk of the body.
- ୬. ସ୍ଥୂଳ ଶରୀର —୬. Fat body.
ଅଣ୍ଡରି ପୁଅର ଲଣ୍ଡି ମାଇକିନିଅଁ ଝିଅର ଗଣ୍ଡି—ପ୍ରବଚନ
- ୭. ଧୋବାମାନଙ୍କ ଲୁଗା କଚା ପଥର ବା କାଠ — ୭. The stone or log of wood on which washermen cleanse clothes by beating.
- ୮. ଗଣ୍ଡିଟଙ୍କା; ରାଜକୋଷରୁ ଦେବତା ଆଦିଙ୍କ ପୂଜା ନିମନ୍ତେ ନିୟମତରୂପେ ମାସିକ ମିଳୁଥିବା ଧନ — ୮. Monthly allowance given by Government for maintinance of chartitable and religious institutions.
- ୯. ପଶା, ତାଶ, ଗଞ୍ଜପା ଖେଳରେ ଏକ ପକ୍ଷୀୟ ହୁଇ ଜଣ ବ୍ୟକ୍ତି ବା ମେଳ —୯. A pair of players of the same side in a game at cards.
- ୧. ସୀମାରେଖା —୧୦. Boundary-line.
୧୧: ତେଲିମାନଙ୍କ ଘଣାରେ ବ୍ୟବହୃତ ଗଛର ଗଣ୍ଡି — ୧୧. A hollowed trunk of a big a tree used by oilmen in the oil-press as the oil- receiver.
[ଦ୍ରଷ୍ଟବ୍ୟ —ଏ ଗଣ୍ଡିର ଗର୍ଭରେ ଗୋଟିଏ ଖାସ ହୋଇଥାଏ ଗଣ୍ଡିର ମୁହଁରେ ପଣାଯିବା ତୈଳବୀଜମାନ ପୁଆଦ୍ୱାରା ପେଶି ହେବାରେ ସେଥିରୁ ନିଗିଡ଼ିବା ତେଲ ଗଣ୍ଡି ଭିତରର କୋରଡ଼ରେ ଜମା ହୁଏ]
ଗଣ୍ଡି ଘୋଡ଼ା ବେଇବା ନ୍ୟାୟ—ଢଗ
[ଦ୍ରଷ୍ଟବ୍ୟ —ଏ ଢ଼କ ଅବୁଝାମଣା ରାଜ୍ୟର ନିଶାପ ସମ୍ୱନ୍ଧେ ଉଲ୍ଲେଖ— ବଚନ; —ଜଣେ ମହାଜନ ଏକ ଗ୍ରାମରେ ପହଞ୍ଚି ସନ୍ଧ୍ୟା ବୁଡ଼ିଯିବାରୁ ଗ୍ରାମପ୍ରାନ୍ତସ୍ଥ ତେଲି ଘରର ଦାଣ୍ଡରେ ଥିବା ତେଲଘଣ୍ଟାର ଗଣ୍ଡିରେ ଘୋଡ଼ାକୁ ବାନ୍ଧି ଦେଇ ତେଲିର ପିଣ୍ଡାରେ ରାତ୍ରିଯାପନ କଲା ସକାଳୁ ମହାଜନ ସେ ଘୋଡ଼ାକୁ ଫିଟାଇ କରି ନେବା ସମୟରେ ତେଲି ଘୋଡ଼ାକୁ ଦାବି କଲାରୁ ମହାଜନ ଯାଇ ସେ ଦେଶର ଅବୁଝାମଣା ରାଜାଙ୍କ ନିକଟରେ ଫେରାଦ ହେଲା ରାଜା ଓ ପାଳବିଣ୍ଡା ମନ୍ତ୍ରିଙ୍କ ବୁଝାମଣାରେ ଏହା ନିଷ୍ପତ୍ତି ହେଲା ଯେ ଗତରାତ୍ରିରେ ତେଲିର ଗଣ୍ଡି ଉକ୍ତ ଘୋଡ଼ାକୁ ପ୍ରସବ କରିଅଛି ଅତଏବ ସେ ଘୋଡ଼ା ତେଲିର ଅଟେ ଏହିଗଳ୍ପକୁ ଲକ୍ଷକରି ଏ ନ୍ୟାୟ ବୋଲାଯାଏ]