ଗଣ୍ଡୂଷ
ଦେଖଣା
ଗଣ୍ଡୂଷ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗଣ୍ଡ୍ ଧାତୁ+ଊଷ)
[ସମ୍ପାଦନା]- ୧. ହସ୍ତତଳ; କରତଳ; ହାତର ଲେଡ଼ି — ୧. The palm of hand.
- ୨. କଳେ ପାଣି; ମୁଖପୂର୍ଣ୍ଣ ଜଳ — ୨. A mouthful of water.
- ୩. ପୋଷ ପାଣି; ଏକ ପୋଷ ଜଳ; ଗୋକର୍ଣ୍ଣାୃତି ହସ୍ତରେ ସମ୍ଭେଇବା ଜଳ — ୩. A handfull of water.
- ୪. ଚଳୁ; ଭୋଜନର ଆଦ୍ୟ ଓ ଶେଷରେ ବ୍ରାହ୍ମଣାଦି ବର୍ଣ୍ଣତ୍ରୟର ମନ୍ତ୍ରୋଚ୍ଚାରଣପୂର୍ବକ ମୁହଁରେ ଶୋଷିବା ଜଳ — ୪. Water sipped before and after a meal by the ୩ higher castes amongst the Hindus.
- ୫. କରାଙ୍ଗୁଳି —୫. Fingers of the hand.
- ୬. ହସ୍ତୀର ଶୁଣ୍ଡାଗ୍ର — ୬. The tip of an elephant's trunk.
- ୭. (ବୈଦ୍ୟକ) ତୈଳଘୃତାଦି ସ୍ନେହ ଦ୍ରବ୍ୟ ଓ କ୍ଷାର— କଷାୟାଦି ଦ୍ରବ୍ୟ ଦ୍ରବ୍ୟଦ୍ୱାରା ଉତ୍ତମରୂପେ ମୁଖ ପୂରଣ କରିବା (ଦ୍ରବ୍ୟଗୁଣ. କଳ୍ପଦ୍ରୁମ) — ୭. Filling up of the mouth with medicinal decoction.