ଗତାଗତ
ଦେଖଣା
ଗତାଗତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗତ=ଆଗତ)
[ସମ୍ପାଦନା]- ୧. ଗମନାଗମନ; ଯିବା ଆସିବା; ଯାଆସ — ୧. Coming and going.
ବାଜି ଗତାଗତ ରାଜି ହେଲା ଅତିଶୟ—ଭଞ୍ଜ, ବୈଦେହୀଶବିଳାସ
- ୨. ପରସ୍ପରଙ୍କର ବହୁବାର ଦେଖା ସାକ୍ଷାତ ଓ ସହବାସ — ୨. Constant mutual visits; constant intercourse.
- ୩. ପରସ୍ପର ସ୍ଥାନ ପରିବର୍ତ୍ତନ — ୩. Interchange of places.
- ୪. (ଜ୍ୟୋତିଷ) ନକ୍ଷତ୍ରମାନଙ୍କର ଅନିୟମିତ ଗତି — ୪. (astronomy) Irregular coures of stars.
- ୫. ଏକ ହାତରୁ ଅନ୍ୟ ହାତକୁ ଗତ ବା ହସ୍ତାନ୍ତରିତ — ୫. Passing from hand to hand.
ନୀରଜବାସୀ ଉରଜେ ଦ୍ରୋହି ହେବା ଫଳ ସତ୍ରରେ ବନ୍ଧାଇ ଗତାଗତ ନାରୀକେଳ—ଭଞ୍ଜ. କୋଟୀବ୍ରହ୍ମାଣ୍ଡସୁନ୍ଦରୀ
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଯାତାୟାତ; ଯାଆସ କରୁଥିବା — ୧. Coming and going.
- ୨. ପ୍ରଥମେ ଯାଇ ପରେ ଫେରି ଆସିଥିବା — ୨. Gone and come back.