ଗଦି
ଦେଖଣା
ଗଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗର୍ଦ ଧାତୁ, ହିନ୍ଦି ଗଦ୍ଦୀ)
[ସମ୍ପାଦନା]- ୧. ସିମିଳି ତୁଳା; ଛୋଚା କତା ଆଦିରେ ପୂର୍ଣ୍ଣ ସ୍ଥୂଳ କୋମଳ ବିଛଣା — ୧. Cushion; thick and soft mattress.
- ୨. ରାଜଗାଦି; ରାଜସିଂହାସନ —୨. Throne.
- ୩. କାର୍ଯ୍ୟଳୟ ବା ଅଫିସରେ ବଣିକ ବା ବ୍ୟବସାୟୀଙ୍କର ବସିବାର ଆସନ; ମାଲିକଙ୍କ ସ୍ୱତନ୍ତ୍ର ଆସନ — ୩. The business seat of a merchant.
- ୪. ସବାରି କାନ୍ଧିଆ ବେହେରାମାନେ କାନ୍ଧରେ ପକାଇବା ମୋଟା ଲୁଗା ବା ମୂଚଳା — ୪. A thick cushion or pad of cloth put on the shoulder of a palky bearer.
- ୫. ବଣିକ ବା ବ୍ୟବସାୟୀର କାର୍ଯ୍ୟାଳୟ — ୫. Business-office of a merchant; commercial house.