Jump to content

ଗଧପାଦ ଧରିବା

ଉଇକିଅଭିଧାନ‌ରୁ

ଗଧପାଦ ଧରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ପ୍ରବଚନ (ନ୍ୟାୟ)

[ସମ୍ପାଦନା]

କାର୍ଯ୍ୟୋଦ୍ଧାର ନିମନ୍ତେ ଅସମୟରେ ଅଯୋଗ୍ୟ ବ୍ୟକ୍ତିର ଅନୁସରଣ ବା ସେବା କରିବା —Like a great man humouring a low person in a time of necessity when the former is at the mercy of the latter or when exigency requires it.

[ଦ୍ରଷ୍ଟବ୍ୟ —ପୁରାଣରେ ଉକ୍ତ ଅଛି ଯେ—ଜରାସନ୍ଧର ଉଆସର ଦିହୁଡ଼ି ଆଗ ଶିମିଳି ଗଛରେ ଗୋଟିଏ ଗଧ ବନ୍ଧା ଥାଏ ଶତ୍ରୁ ଆସିଲେ ସେ ଗଧ ରଡ଼ି କରେ ଗଧରଡ଼ି ଶୁଣି ଜରାସନ୍ଧ ସାବଧାନ ହୁଏ ଏଥିପାଇଁ କୌଣସି ଶତ୍ରୁ ତାହାକୁ ଆକ୍ରମଣ କରି ପାରୁ ନ ଥାଏ ଶ୍ରୀକୃଷ୍ଣ ଜରାସନ୍ଧକୁ ବଧ କରିବାକୁ ଆସିବା ସମୟରେ ପ୍ରଥମେ ଏ ଗଧପାଦ ଧରି ତାକୁ ରାଜି କରାଇ ତା ମୁହଁରେ ଶଙ୍ଖ ଗୋଟିଏ ଗୁଞ୍ଜି ଦେଲେ ଓ ସେ ଖଙ୍ଖ ରଡ଼ି ପରି ବୋବାଳି କଲା ଜରାସନ୍ଧ ସେ ଖଙ୍ଖଧ୍ୱନି ଶୁଣି ଶତ୍ରୁ ଆସୁଥିବା କଥା ହେଜି ପାରିଲା ନାହିଁ ଓ ପୂର୍ବରୁ ସାବଧାନ ହୋଇ ପାରିଲା ନାହିଁ ଏଣୁ ଶ୍ରୀକୃଷ୍ଣ ତାହାକୁ ବଧ କରାଇଲେ]