Jump to content

ଗନ୍ଧର୍ବ

ଉଇକିଅଭିଧାନ‌ରୁ

ଗନ୍ଧର୍ବ

ଉଚ୍ଚାରଣ

[ସମ୍ପାଦନା]
(ଗନ୍ଧର୍ବୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗ=ଗାନ+ଧର୍ମ; ନିପାତନ; ଗାୟନ କରିବା ଯାହାର ଧର୍ମ)

[ସମ୍ପାଦନା]
୧. (ପୁଂ) ସ୍ୱର୍ଗଗାୟକ; ଦେବଯୋନିବିଶେଷ — A class of demigods or aerial beings said to be the chorister of heaven.

[ଦ୍ରଷ୍ଟବ୍ୟ —ଗନ୍ଧର୍ବମାନେ ପୁରାଣମତରେ ଦେବତାଙ୍କ ଶ୍ରେଣୀ— ବିଶେଷ ଏମାନେ ସ୍ୱର୍ଗରେରହନ୍ତି ଓ ଗାନ କରନ୍ତି ଅଗ୍ନିପୁରାଣରେ ଗନ୍ଧର୍ବଙ୍କର ୧୧: ଶ୍ରେଣୀ କଳ୍ପିତ ହୋଇଅଛି ହାହା, ହୁହୁ, ଚିତ୍ର, ହଂସ, ବିଶ୍ୱାବସୁ, ଗୋମାୟୁ, ତୁମ୍ଭରୁ, ନନ୍ଦୀ ଗନ୍ଧର୍ବମାନଙ୍କ ମଧ୍ୟରେ ପ୍ରଧାନ ବେଦରେ ଗନ୍ଧର୍ବଙ୍କୁ ୨ ଶ୍ରେଣୀରେ ବିଭକ୍ତ କରାଯାଇ ଅଛି ୧—ସ୍ୱର୍ଗବାସୀ, ୨—ଅନ୍ତରୀକ୍ଷବାସୀ ଗନ୍ଧର୍ବମାନଙ୍କର ସ୍ୱାମୀ ବରୁଣ ଓ ମତାନ୍ତରରେ କୁବେର ଉପନିଷେଦ ଓ ବ୍ରାହ୍ମଣ ଗ୍ରନ୍ଥ— ମାନଙ୍କରେ ଗନ୍ଧର୍ବଙ୍କର ୨ ଶ୍ରେଣୀ ବିଭାଗ କରା ଯାଇଅଛି; ୧ ଦେବ ଗନ୍ଧର୍ବ ଓ ୨ ମନୁଷ୍ୟ ଗନ୍ଧର୍ବ ଗନ୍ଧର୍ବମାନଙ୍କର ଅନ୍ୟ ନାମ ବିଦ୍ୟାଧର—(ହିନ୍ଦୀ - ଶବ୍ଦସାଗର); ଗନ୍ଧର୍ବୀମାନେ ପରମା ସୁନ୍ଦରୀ ବୋଲି ପୁରାଣବିଖ୍ୟାତ]

୨. ସୁଗାୟକ —୨. A good singer.
୩. ମୁନି; ଋଷି —୩. Sage; anchorite.
୪. କୋକିଳ; ପୁଂଷ୍କୋକିଳ — ୪. The Indian songster or cuckoo bird.

ଏତେ ସୁଖଦ ଗନ୍ଧର୍ବ ଳୀଳାମାନ ରଚି ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ

୫. କସ୍ତୁରୀମୃଗ —୫. Musk-dear.

ବିହନ୍ତି ବାଦ ଆରମ୍ଭ ଗନ୍ଧର୍ବ ପଦକୁ କିଞ୍ଚିତ କୁରଙ୍ଗ ଖଚ କରି ତା ମଦକୁ ଭଞ୍ଜ. ବୈଦେହୀଶବିଳାସ

୬. ଘୋଟକ —୬. Horse.
୭. ଯୁଦ୍ଧଘୋଟକ —୭. War-horse.
୮. ସୂର୍ଯ୍ୟ —୮. The sun.
୯. ମୃତ୍ୟ ପରେ ଏବଂ ପୂନର୍ଜନ୍ମ ପୂର୍ବରୁ ଆତ୍ମା ଯେଉଁ ରୂପ ଧାରମ କରେ; (ଭୂତ) — ୯. The soul after death and previous to its being born again; (ghost) (M.W.)
୧. ଚତୁର୍ଧଶ କଳ୍ପ — ୧୦. Name of the ୧୪th Kaḻpa or period of the world (M.W.)

୧୧: ସଙ୍ଗୀତର ସ୍ୱରବିଶେଷ; ଗାନ୍ଧାର — ୧୧. Name of a swarn or tone of the gamut; Gāndhāra (M.W.)

୧୨: ମୃଗ (ହି ଶବ୍ଦସାଗର) —୧୨. Deer.

୧୩: ସ୍ତ୍ରୀମାନଙ୍କର ଯେଉଁ ବୟସରେ ସ୍ୱରରେ ମାଧୁର୍ଯ୍ୟ ଉତ୍ପନ୍ନ ହୁଏ (ହିନ୍ଦୀ - ଶବ୍ଦଶାଗର) — ୧୩. A stage in the life of a womam when her tone becomes very aweet.

୧୪: ବୈଦିକ ଅନୁସାରେ ଉନ୍ମାଦ ରୋଗବିଶେଷ — ୧୪. A kind of insanity.

[ଦ୍ରଷ୍ଟବ୍ୟ —ଏ ରୋଗଗ୍ରସ୍ତ ବ୍ୟକ୍ତି ବନ, ବଗିଚା, ନଦୀ, ଝରଣା ଆଦି ନିକଟରେ ବୁଲିବାକୁ ସୁଖ ପାଏ, ଗନ୍ଧ ଓ ମାଲ୍ୟ ଧାରଣ କରିବାକୁ ସୁଖପାଏ, ସବୁବେଳେ ହସେ, ଓ ଗୀତ ବୋଲେ ଓ ଅନ୍ୟ ଲୋକ ସଙ୍ଗେ ଖୁବ୍ ଅଳ୍ପ କଥାବାର୍ତ୍ତା କରେ— ହିନ୍ଦୀ - ଶବ୍ଦସାଗର]

୧୫: ବିଧବା ସ୍ତ୍ରୀର ଦ୍ୱୀତୀୟ ପତି (ହିନ୍ଦୀ - ଶବ୍ଦଶାଗର) ୧୫. The second husband of a widow.


ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ଲୋକଙ୍କ ନାମ — ୧. Name given to males.
୨. କମାଉନ୍ ପାହାଡ଼ ଓ କାଶୀଆଦିରେ ବାସ କରୁଥିବା ସଙ୍ଗୀତବ୍ୟବସାୟୀ ଜାତିବିଶେଷ (ହିନ୍ଦୀ - ଶବ୍ଦସାଗର) ୨. A caste of musicians found in the Kamaun Hills and Benares.

[ଦ୍ରଷ୍ଟବ୍ୟ —ଏମାନଙ୍କ କନ୍ୟାମାନେ ନୃତ୍ୟ ଓ ଗାନ କରନ୍ତି]