ଗମ୍ୟ
ଦେଖଣା
ଗମ୍ୟ
ଉଚ୍ଚାରଣ
[ସମ୍ପାଦନା](ଗମ୍ୟା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଗମ୍ ଧାତୁ+କର୍ମ. ଯ)
[ସମ୍ପାଦନା]- ୧. ଗମନଯୋଗ୍ୟ; ଯେଉଁଠାକୁ ଗମନ କରାଯାଇପାରେ — ୧. Approachable; accessible.
- ୨. ପ୍ରାପ୍ୟ —୨. Attainable.
- ୩. ଉହ୍ୟ —୩. Understood; implied.
- ୪. ଯାହା କରାଯାଇ ପାରେ —୪. Feasible.
- ୫. ଅନୁମେୟ —୫. Thinkable; inferrable.
- ୬. ଉଦ୍ଦିଷ୍ଟ —୬. Intended; meant.
- ୭. କଳ୍ପନାସିଦ୍ଧ —୭. Imaginary.
- ୮. ବୋଧଗମ୍ୟ —୮. Intelligible.
- ୯. ଜ୍ଞେୟ —୯. Comprehensible; Knowable.
- ୧. ଆକାଙକ୍ଷଣୀୟ —୧୦. Desirable.
୧୧: ଭୋଗ୍ୟ —୧୧. Enjoyable.
୧୨: ଉପୋଯୋଗୀ —୧୨. Suitable; fit.
୧୩: ସହବାସ ବା ଉପଭୋଗର ଯୋଗ୍ୟ (ବ୍ୟକ୍ତି) — ୧୩. Cohabitable; (person) fit or proper to be cohabited with.
୧୪: ଔଷଧାଦିଦ୍ୱାରା ଯାହା ଆରୋଗ୍ୟ କରାଯାଇ ପାରେ (ରୋଗ) —୧୪. Curable (disease).
(ଗମ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଂ.
[ସମ୍ପାଦନା]- ୧. ଯେଉଁ ପୁରୁଷ ସଙ୍ଗେ ସ୍ତ୍ରୀର ସହବାସ କରିବା ବିଷୟରେ ଶାସ୍ତ୍ରୀୟ ବାଧା ନାହିଁ ୧. A man with whom a woman may have sexual intercourse according to the behests of the ṡāstras.
- ୨. କାମୁକ ବ୍ୟକ୍ତି —୨. A leader; a libidinous man.
- ୩. ନାଗର; ଜାର —୩. Paramour; gallant.
- ୪. ପ୍ରେମିକ —୪. Lover.