ଗରୁଡ଼
ଦେଖଣା
ଗରୁଡ଼
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗର=ବିଷ+ଉଡ଼ ଧାତୁ=ନାଶ କରିବା+କର୍ତ୍ତୃ. ଅ; ଅଥବା ଗୁରୁତ୍=ପକ୍ଷ+ଡୀ ଧାତୁ=ଉଡ଼ିବା+ କର୍ତ୍ତୃ. ଅ; ଗୁରୁ+ଡୀ ଧାତୁ+ଅ)
[ସମ୍ପାଦନା]- ୧. ବିନତାନନ୍ଦନ; ବିଷ୍ଣୁଙ୍କର ବାହନ; ପକ୍ଷିରାଜ — ୧. The mythological king of birds.
- [ଦ୍ରଷ୍ଟବ୍ୟ —ଗରୁଡ଼ ବିନତାଙ୍କ ଗର୍ଭରେ କଶ୍ୟପଙ୍କ ଔରସରେ ମାଆ ପେଟରୁ ଡିମ୍ୱ ହୋଇ ଜନ୍ମିଥିଲେ ବିନତା ଦୁଇଟି ଡିମ୍ୱ ପ୍ରସବ କରିଥିଲେ ଗୋଟିକରୁ ଗରୂଡ଼ ଓ ଅନ୍ୟଟିରୁ ଅରୁଣ ଜାତ ହେଲେ ଏ ଅରୁଣଙ୍କ ବଡ଼ ଭାଇ ଏକଦା ଏହାଙ୍କ ମାତା ବିନତା ଓ ସର୍ପମାତା କଦ୍ରୁ ଉଚ୍ଚୈଃଶ୍ରବା ଘୋଡ଼ାର ବର୍ଣ୍ଣ ବିଷୟରେ ଜିଦି ମରାମରି ହୋଇଥିଲେ ଓ ବିନତାଙ୍କ ଅନୁମାନ ମିଥ୍ୟା ହେବାରୁ ବିନତା କଦ୍ରୁଙ୍କର ଦାସୀ ହୋଇ ରହିଲେ ସ୍ୱର୍ଗରୁ ଅମୃତ ଆଣି କଦ୍ରୁଙ୍କୁ ଦେଲେ ବିନତା ଦାସୀତ୍ୱରୁ ମୁକ୍ତି ପାଇବେ, କଦ୍ରୁ ଏହିପରି ଆଦେଶ କରିବାରୁ ଗରୁଡ଼ ସ୍ୱର୍ଗକୁ ଯାଇ ଇନ୍ଦ୍ରଙ୍କ ସଙ୍ଗେ ଯୁଦ୍ଧ କରି ଅମୃତ ଆଣି କଦ୍ରୁଙ୍କୁ ଦେଲେ ଓ ମାତାଙ୍କୁ ଦାସୀତ୍ୱରୁ ମୁକ୍ତ କଲେ କିନ୍ତୁ କଦ୍ରୁଙ୍କ ସନ୍ତାନ ସର୍ପମାନେ ସେ ଅମୃତ ଖାଇବା ପୂର୍ବରୁ ଇନ୍ଦ୍ର ତାହା ହରି ନେଲେ ଓ କୁଶରେ ଲାଗିଥିବା ଅମୃତ କଣିକାକୁ ଚାଟି ସର୍ପମାନଙ୍କର ଜିଭ ଦୁଇଫାଳ ହୋଇଗଲା ସର୍ପମାନେ ତଦବଧି ଦ୍ୱିଜହ୍ୱ ହେଲେ ଗରୁଡ଼ ପରମ ବୈଷ୍ଣବ; ଏହାଙ୍କର ପକ୍ଷ ବଡ଼ ଓ ନାକ ବଡ଼ ଏ ବିଷ୍ଣୁଙ୍କ ବାହନ ଏ ସର୍ପମାନଙ୍କର ଶତ୍ରୁ ଓ ବିନାଶକ, ପ୍ରବଳପରାକ୍ରମୀ ବୀର ଓ ପକ୍ଷୀମାନଙ୍କର ରାଜା ବିଷ୍ଣୁଙ୍କ ରଥର ପତାକାରେ ଗରୁଡ଼ର ଚିତ୍ର ଥାଏ]
- ୨. ବ୍ୟୂହ ବା ସୈନ୍ୟ ରଚନାବିଶେଷ — ୨. Name of a kind of battle-array.
- ୩. ମଝି ମୋଟା ଓ ଦୁଇ ମୁଣ୍ଡ ଗୋଜିଆ ଘର — ୩. A building broad at the middle and pointed at the ends.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଈଗଲ ପକ୍ଷୀ —The Eagle.