ଗଳାଗଳି
ଦେଖଣା
ଗଳାଗଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଳାଗଳି
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଗଳ)
[ସମ୍ପାଦନା]- ୧. ଅନ୍ୟୋଽନ୍ୟରେ ଗଳା ଧରା ଧରି ହୋଇ ଯୁଦ୍ଧ —୧. Mutual fighting. each holding the other's throat.
- ୨. ଅନ୍ୟୋଽନ୍ୟର ଅଙ୍ଗସନ୍ଧିରେ ଅପରର ଅଙ୍ଗୁଳି ଆଦି ପ୍ରବେଶ କରାକରି —୩. Two persons poking the fingers in to each other's cavities of the body.
- ୩. ପରସ୍ପର ମଧ୍ୟରେ ଅତି ଘନିଷ୍ଠ ପ୍ରୀତି ବା ସଭାବ — ୩. Close or very intimate friendship between two person as if the body of one entering in to the body of the other; two person being thick with each others.
- ୪. ଗଳାଇବା; ପ୍ରବେଶ କରାଇବା — ୪. Thrusting.
- ୫. ଅତି କଷ୍ଟରେ ବହୁଜନସମାଗମସ୍ଥଳରେ ସଂକୀର୍ଣ୍ଣ ବ୍ୟବଧାନ ମଧ୍ୟରେ ଆପଣା ଶରୀରକୁ ପ୍ରବେଶ କରାଇବା — ୫. Thrusting one's self into a thickly pressing assembly.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅନ୍ୟୋଽନ୍ୟରେ ଗଳା ଧରାଧରି ହୋଇ ଯୁଦ୍ଧ କରୁଥିବା —୧. Fighting with each other by holding the neck.
- ୨. ଅନ୍ୟୋଽନ୍ୟରେ ଅଙ୍ଗରେ ଅପରର ଅଙ୍ଗୁଳି ଆଦି ପ୍ରବେଶ କରାକରି —୨. Mutually thrusting the fingers of one into the others cavities of the body.
- ୩. ପରସ୍ପର ମଧ୍ୟରେ ଅତିଘନିଷ୍ଠ ପ୍ରୀତି ବା ସଦ୍ଭବ ଥିବା — ୩. In deep or intimate friendship with each other.
- ୪. ଅନ୍ୟୋଽନ୍ୟରେ ଗଳାଉଥିବା; ପ୍ରବେଶ କରାକରି ହେଉ ଥିବା —୪. Mutually thrusting.
ଅନ୍ୟୋଽନ୍ୟରେ ଦୁହେଁ କବଚ ଗଳାଗଳି— ହେଲେ ସରଜନା କରଣି ଶରାବଳି—କୃଷ୍ଣସିଂହ. ମହାଭାରତ ଦ୍ରୋଣ
- ୫. ଅତି କଷ୍ଟରେ ବହୁଜନସମାଗମ ସ୍ଥଳରେ ବ୍ୟବଧାନ ମଧ୍ୟରେ ଆପଣା ଶରିରକୁ ପ୍ରବେଶ କରାଉଥିବା — ୫. Thrusting one's self with great difficulty in a crowd.