ଗଳିବା
ଦେଖଣା
ଗଳିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଗଳ ଧାତୁ)
[ସମ୍ପାଦନା]- ୧. ସଂକୀର୍ଣ୍ଣ ପଥରେ ସଙ୍କୁଚିତ ହୋଇ ପ୍ରବେଶ କରିବା —୧. To enter through a narrow space.
- ୨. ସ୍ରବିବା; ବହିବା; ଝରିବା — ୨. To ooze; to drop.
ମୋତି ପନ୍ତିପର ନୟନୁ ଗଳି ବାରି, ଦେଲା ବେଦ ବ୍ୟାସ ଜଟାକୁ ଓଦା କରି କୃଷ୍ଣସିଂହ ମହାଭାରତ ଆଦି
- ୩. ଗଳି ପଡ଼ିବା; ସ୍ଖଳିତ ହେବା; ପତିତ ହେବା — ୩. To fall down.
ହୀରକକରଙ୍କ ତାଟଙ୍କ ଅଟକ ନ ରହି କର୍ଣ୍ଣରୁ ଗଳି— କବିସୂର୍ଯ୍ୟ. ସଙ୍ଗୀତ
- ୪. ତରଳିବା —୪. To melt away.
ନିରେଖି ସେ ଗଳିବ କୁଳିଶ—ନନ୍ଦକିଶୋର ସୀତାବନବାସ
- ୫. କୌଣସି ପଦାର୍ଥ ମଧ୍ୟକୁ ପ୍ରବେଶ କରିବା — ୫. To enter in to a thing.
ଗଣ୍ଡି ଗର୍ଭେ ଗୁଳି ଗଲାପରି ଗଳି—କବିସୂର୍ଯ୍ୟ. କିଶୋରୀଚମ୍ପୂ. ସଙ୍ଗୀତ
- ୬. ଭେଦିବା —୬. To pierce; to percolate.
ଖୋଳିଦେଇ ଆର ପାରିକି ଯିବେ ଗଳି— କୃଷ୍ଣସିଂହ. ମହାଭାରତ. ବନ
- ୭. ଦବିଯିବା — ୭. To be pressed downwards; to sink.
କନ୍ଧରେ ତୋଳିଲେ ତାହାରେ, ଚରଣ ଗଳି ଗଲା ଭାରେ ଜଗନ୍ନାଥ. ଭାଗବତ