ଗାଦି
ଦେଖଣା
ଗାଦି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗଦି= କଷ୍ଣଙ୍କ ସାନ ଭାଇ+ଅପତ୍ୟାର୍ଥରେ. ଇ)
[ସମ୍ପାଦନା]ଗଦଙ୍କ ପୁତ୍ର; କୃଷ୍ଣଙ୍କ ପୁତୁରା — The son of Ṡrīkṛushṇa's younger brother.
ବୈଦେଶଜ - ବିଶେଷ୍ୟ - (ଫରାସୀ - ଗଦ୍ଦି)
[ସମ୍ପାଦନା]- ୧. ରାଜସିଂହାସନ — ୧. Throne.
- ୨. (ଦେବତା), ମହନ୍ତ, ମହାପୁରୁଷ ଓ ହାକିମଆଦିଙ୍କ ଆସନ ବା ବସିବାର ସ୍ଥାନ — ୨. Seat of a Deity or great man or judge.
- ୩. ରାଶି; ସ୍ତୁପ; ଗଦା — ୩. Heap; mass; mound.
- ୪. ପଥର ଆଦିର ଗଦା — ୪. A heap of stones.
- ୫. ଏକତ୍ରୀକରଣ —୫. Amassing.
- ୬. ମହନ୍ତ ବା ମହାପୁରୁଷ ଆଦିଙ୍କ ମଠ — ୬. A place occupied by a great anchorite.
- ୭. ପୋଥି ଆଦି ଏକତ୍ର ରଖାଯିବା ସ୍ଥାନ; ଭାଗବତ ଗାଦି — ୭. A massed library of religious books.
- ୮. ମଞ୍ଚ; ଉଚ୍ଚସ୍ଥାନ —୮. Raised platfrom.
- ୯. ମହାପୁରୁଷମାନଙ୍କ କବର ସ୍ଥାନ ବା ସମାଧି; (ଯହିଁ ମଧ୍ୟରେ ମୃତମହାପୁରୁଷଙ୍କ ଅସ୍ଥି ରଖା ହୋଇ ମାଟି ଗଦା ହୋଇଥାଏ) — ୯. Burial place of a saint; a mound under which the ashes of a great man or saint are laid.
- ୧. ଶାସନକର୍ତ୍ତାଙ୍କ ପଦ ବା ଅଧିକାର — ୧୦. The post of a ruler or governor.
(ଯଥା—ଅମୁକ ସାଲରେ ବଙ୍ଗଳା ଗାଦିରେ ଅମୁକ ଲାଟ ବସିଥିଲେ)