ଗାଧୋଇ ଯିବା
ଦେଖଣା
ଗାଧୋଇ ଯିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସ୍ନାନ କରିବାକୁ ଜଳାଶୟ ନିଟକୁ ଗମନ କରିବା —୧. To go to bathe.
ହାଣ୍ଡିରେ ଖାଏ, ଗୋଡ଼ରେ ପଡ଼ିଲେ ଗାଧୋଇ ଯାଏ—ଢଗ
- ୨. (ଲକ୍ଷଣାର୍ଥ) କୌଣସି ଲାଭ ବା କ୍ରିୟାରୁ ବଞ୍ଚିତ ହେବା — ୨. To be deprived of certain previlage or enjoyment.
ଯେ ତବତ ଖାଇଛି ସେ ପଖାଳ ଖାଉ, ଯେ କିଛି ନ ଖାଇଛି ସେ ଗାଧୋଇ ଯାଉ ଢଗ
- ୩. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତି ବା ବିଷୟ ଉପସ୍ଥିତ— ଆଲୋଚନାରେ ଆଲୋଚିତ ନ ହେବା —୩. To be left out or omitted from present discussion or consideration.
(ଯଥା—ତାଙ୍କର କୋଠା ତୋଳିବା କଥା ଗାଧୋଇ ଯାଉ, ତାଙ୍କରତ ଖଣ୍ଡିଏ କୁଡ଼ିଆଘର କରିବାର ସାମର୍ଥ ନାହିଁ)