ଗାନ୍ଧାର
ଦେଖଣା
ଗାନ୍ଧାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗନ୍ଧ+ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଅଥବା ଗାନ୍ଧାର +ନିବାସାର୍ଥ. ଅ)
[ସମ୍ପାଦନା]- ୧. ପ୍ରାଚୀନ ଭାରତର ଦେଶବିଶେଷ; ଆଧୁନିକ ଆଫଗାନି— ସ୍ଥାନ ଦେଶସ୍ଥ କାନ୍ଦାହାର ପ୍ରଦେଶ — ୧. One of the provinces of ancient India. corresponding with the modern province of Kandahar in Afganistan.
[ଦ୍ରଷ୍ଟବ୍ୟ —ଗାନ୍ଧାର ଦେଶ ସିନ୍ଧୁ ନଦୀର ପଶ୍ଚିମରେ ଥିଲା ଏହା ପେଶବାରଠାରୁ କାନ୍ଦାହାର ପର୍ଯ୍ୟନ୍ତ ବିସ୍ତୃତ ଥିଲା ଏହାର ସୀମା ସମୟକ୍ରମେ ପରିବର୍ତ୍ତିତ ହୋଇଥିବା ପ୍ରମାଣ ମିଳେ ଚୀନ ପର୍ଯ୍ୟଟକ ହୁଏନ୍ଶାଙ୍ଗ୍ ଭାରତକୁ ଆସିବା ସମୟରେ ଏହି ପ୍ରଦେଶ ସିନ୍ଧୁ ନଦୀଠାରୁ ଜଲାଲାବାଦ୍ ପର୍ଯ୍ୟନ୍ତ ଓ ସ୍ୱାତ୍ଠାରୁ କାଲାବାଗ୍ ପର୍ଯ୍ୟନ୍ତ ବିସ୍ତୃତ ଥିଲା ଋଗ୍ୱେଦରେ ଏ ଦେଶରେ ଉତ୍କୃଷ୍ଟ ମେଣ୍ଢା ଥିବାର ଉଲ୍ଲେଖ ଅଛି ଏହି ଦେଶର ରାଜକନ୍ୟା ଗାନ୍ଧାରୀ ଧୃତରାଷ୍ଟ୍ରଙ୍କର ମହିଷୀ ଥିଲେ ହିନ୍ଦୀ - ଶବ୍ଦସାଗର]
- ୨. ଗାନ୍ଧାର ଦେଶବାସୀ ଜାତି — ୨. People of Gāndhāra country.
- ୩. ସଙ୍ଗୀତର ସପ୍ତସ୍ୱର ସାରେ ଗା ମା ପା ଧା ନି ମଧ୍ୟରୁ ତୃତୀୟ ସ୍ୱର (ଏହାର ସାଙ୍କେତିକ "ଗା") — ୩. The third primary tone of the Hindu musical gamut.
[ଦ୍ରଷ୍ଟବ୍ୟ —ଏହି ସ୍ୱର ଛାଗଧ୍ୱନି ତୁଲ୍ୟ ଓ ଏହା ନାଭିସମୁଦ୍ଗତ ବାୟୁ, କଣ୍ଠ ଓ ଶୀର୍ଷର ଆଘାତଦ୍ୱାରା ଉତ୍ପନ୍ନ ହୁଏ—(ପ୍ରକୃତିବାଦ) ଏ ସ୍ୱରର ୨ ଭେଦ, ଶୁଦ୍ଧ ଓ କୋମଳ ]
- ୪. ସିନ୍ଦୂର —୪. Vermilion; red lead.
- ୫. ଗୁଗ୍ଗୁଳ; ଗନ୍ଧରସ — ୫. Gum myrrh; bdellium.
- ୬. ଗନ୍ଧକ —୬. Sulpher.
- ୭. ଗାନ୍ଧାର ଦେଶର ରାଜ ବା ରାଜକୁମାର — ୭. A king or prince of the Gāndhāra country.
- ୮. ପ୍ରାତଃକାଳଠାରୁ ୪ ଦଣ୍ଡ ପର୍ଯ୍ୟନ୍ତ ଗେୟ ସମ୍ପୂର୍ଣ୍ଣଜାତିର ରାଗବିଶେଷ (ହିନ୍ଦୀ - ଶବ୍ଦସାଗର) — ୮. Name of a musical tune.
- ୯. ସଙ୍ଗୀତର ତିନି ସ୍ୱରଗ୍ରାମ ମଧ୍ୟରୁ ଏକତମ (ହିନ୍ଦୀ - ଶବ୍ଦସାଗର) — ୯. Name of a Hindu musical scale.