Jump to content

ଗାନ୍ଧାରୀ

ଉଇକିଅଭିଧାନ‌ରୁ

ଗାନ୍ଧାରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗାନ୍ଧାର+ଅପତ୍ୟାର୍ଥେ ଅ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଗାନ୍ଧାରା ରାଜକନ୍ୟା'; ଧୃତରାଷ୍ଟ୍ରଙ୍କ ସ୍ତ୍ରୀ — ୧. The daughter of the king of Gāndhāra and queen of Dhṛutarāshṭra.

[ ଦ୍ର—ଏ ଗାନ୍ଧାରଦେଶର ରାଜା ସୁବଳଙ୍କ କନ୍ୟା ଓ ଧୃତରାଷ୍ଟ୍ରଙ୍କ ସ୍ତ୍ରୀ; ଧତରାଷ୍ଟ୍ର ଜନ୍ମାନ୍ଧ ଥିବାରୁ ଏ ସର୍ବଦା ଆଖିରେ ଗୋଟିଏ ଅନ୍ଧ — ପୋଟଳି ବାନ୍ଧଥିଲେ ଏହାଙ୍କ ଗର୍ଭରୁ ଦୁର୍ଯ୍ୟୋଧନାଦି ୧ ପୁତ୍ର ଜନ୍ମିଥିଲେ କୁରୁକ୍ଷେତ୍ର ଯୁଦ୍ଧ ପରେ ଏ ସ୍ୱାମୀଙ୍କ ସହିତ ପାଣ୍ଡବଙ୍କ ଆଶ୍ରୟରେ ରହିଲେ]

୨. ରାଗିଣୀବିଶେଷ — ୨. Name of a secondary musical tune.
୩. ତନ୍ତ୍ରମତରେ ଦେହସ୍ଥ ପ୍ରଧାନ ଦଶନାଡ଼ୀ ମଧ୍ୟରୁ ଗୋଟିଏ ନାଡ଼ୀ —୩. Name of one of the ten veins of the body according to the Tantras.
୪. ପାର୍ବତୀଙ୍କର ଏକ ସଖୀ (ହିନ୍ଦୀ - ଶଦ୍ଦସାଗର) — ୪. Name of a lady-companion of Pārbati.
୫. ଯବାସକ (ହିନ୍ଦୀ - ଶବ୍ଦସାଗର) — ୫. A thorny shrub.
୬. ଗଞ୍ଜାଇ (ହିନ୍ଦୀ - ଶବ୍ଦସାଗର) — ୬. Canabis Sativa; the Indian hemp
୭. ଗାନ୍ଧାର ଦେଶୀୟା ସ୍ତ୍ରୀ ବା ରାଜକନ୍ୟା (ହିନ୍ଦୀ - ଶବ୍ଦସାଗର) — ୭. A woman or princess of the Gāndhāra country.