Jump to content

ଗାନ୍ଧି ମହାତ୍ମା

ଉଇକିଅଭିଧାନ‌ରୁ

ଗାନ୍ଧି ମହାତ୍ମା

ଉଚ୍ଚାରଣ

[ସମ୍ପାଦନା]

ବିଶେଷ୍ୟ -

[ସମ୍ପାଦନା]

ବଂଶ ଶତାଦ୍ଦୀର ବିଶ୍ୱବିଖ୍ୟାତ ଭାରତୀୟ ରାଜନୀତିଜ୍ଞ ମହାତ୍ମା ଗାନ୍ଧି; ମୋହନଲାଲ କରମଚାନ୍ଦ ଗାନ୍ଧି —The world-famous Indian Politician Gandhi of the modern age,

[ ଦ୍ର—ଏ ଗୁଜରାଟବାସୀ, ଜାତିରେ ବଣିଆ; ପ୍ରଥମେ ଭାରତରେ ଇଂରାଜି ଶିକ୍ଷା କରି ବିଲାତକୁ ଯାଇ ସେଠାରୁ ବାରିଷ୍ଟରୀ ପାଶ କରି ଆସି ପ୍ରଥମେ ଦିନାକେତେ ଗୁଜରାଟ ଓ ବୋମ୍ୱେଇରେ ବାରିଷ୍ଟରୀ କରିବା ପରେ ଗୋଟିଏ ମକଦ୍ଦମା ସମ୍ପର୍କରେ ଦକ୍ଷିଣ ଆଫ୍ରିକାକୁ ଯାଇଥିଳେ ଓ ସେଠାରେ ରାଜନୀତି କ୍ଷେତ୍ରରେ ନିଜକୁ ନିୟୋଜିତ କରି ତଦ୍ଦେଶବାସୀ ଭାରତୀୟମାନଙ୍କର ରାଜନୀତିକ ନେତା ହେଲେ ଓ ସେଠାରେ ସତ୍ୟାଗ୍ରହଦ୍ୱାରା ରାଜନୀତିକ ଶକ୍ତି ସଞ୍ଚୟ କରିବାକୁ ଭାରତବାସୀଙ୍କୁ ଶିକ୍ଷା ଦେଇ ଭାରତବର୍ଷକୁ ଫେରି ଭାରତ କଙ୍ଗ୍ରେସରେ ଯୋଗ ଦେଲେ ଓ ଏ କ୍ରମେ କ୍ରମେ ଭରାତର ରାଜନୀତିକମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କଲେ ସତ୍ୟାଗ୍ରହ, ଅହିଂସା, ରାଜନୀତିକ ଅସହଯୋଗ, ହିନ୍ଦୁମୁସଲମାନ— ସମ୍ମିଳନ, ଅସ୍ପୃଶ୍ୟତା ନିବାରଣ, ମାଦକସେବନ ନିଷେଧ, ସୁତାକଟା ଓ ଖଦଡ଼ବ୍ୟବହାର, ଭାରତର ସ୍ୱରାଜ୍ୟ ଓ ସ୍ୱୀଧୀନତା ଲାଭ ଆଦି ଗୁଡ଼ିଏ ମନ୍ତ୍ର ଏ ଭାରତରେ ପ୍ରଚାର କରି କଙ୍ଗ୍ରେସର ନେତା ରୂପେ କେତେକ ଭାରତବାସୀଙ୍କୁ ଇଂରାଜ ଗଭର୍ଣ୍ଣମେଣ୍ଟଙ୍କ ବିରୁଦ୍ଧରେ ଅସହଯୋଗ ଓ ଆଇନଅମାନ୍ୟ ଆନ୍ଦୋଳନରେ ଦୀକ୍ଷିତ କରି ଅବଶେଷରେ ବିଲାତ ଓ ଭାରତର ରାଜନୀତିକମାଙ୍କ ମିଳନକ୍ଷେତ୍ର ଗୋଲଟେବଲ ବଇଠକରେ କଙ୍ଗ୍ରେସ ପକ୍ଷରୁ ପ୍ରତିନିଧି ରୂପେ ଯୋଗ ଦେଲେ ବିଲାତରୁ ଫେରି ୧୯୩୧: ସାଲର ଶେଷ ଓ ୧୯୩୨: ସାଲର ଆଦ୍ୟରେ ଭାରତବାସୀଙ୍କୁ ପୁଣି ଆଉ ଥରେ ଅସହଯୋଗ ଓ ଆଇନଅମାନ୍ୟ ଆନ୍ଦୋଳନରେ ଲଗାଇବା ପୂର୍ବରୁ ଗଭର୍ଣ୍ଣମେଣ୍ଟ ତାଙ୍କୁ କାରାବଦ୍ଧ କଲେ ଏ ନିଜର ଜୀବନରେ ନିଜର

ପ୍ରଚାରିତ ଆଦର୍ଶମାନ ଅକ୍ଷରେ ଅକ୍ଷରେ ପାଳନ କରି, ଅତି ଦୀନ ଭାବରେ କଠୋର ସଂଯମ ନିରାଡ଼ମ୍ୱର ସହିତ ଯାପନ କରି, ସତ୍ୟ ପ୍ରତି ନିଷ୍ଠା ଦେଖାଇ, ସାଂସାରିକ ସ୍ୱାର୍ଥତ୍ୟାଗର ଜ୍ୱଳନ୍ତ ଉଦାହରଣ ଦେଖାଇ ସମଗ୍ର ଜଗତରେ ପୂଜ୍ୟ ହୋଇ ଅଛନ୍ତି ଏ ହିନ୍ଦୁ ସମାଜର ଗୁଡ଼ିଏ ପ୍ରାଚୀନ ପ୍ରଥା ଉପରେ କୁଠାରାଘାତ କରି ସୁଦ୍ଧା ନିଜକୁ ସନାତନୀ ବର୍ଣ୍ଣାଶ୍ରମଧର୍ମୀ ହିନ୍ଦୁ ବୋଲି ଘୋଷଣା କରନ୍ତି ଏ ବମ୍ୱେଇ ପ୍ରେଦଶର ଆହାମଦାବାଦ ନିକଟବର୍ତ୍ତୀ ସବର— ମତିଠାରେ ଗୋଟିଏ ଆଦର୍ଶ ଆଶ୍ରମ ଓ ଶିକ୍ଷାଗାର ପ୍ରତିଷ୍ଠା କରି ସେଥିରେ ଗୁଡ଼ିଏ କର୍ମୀ ଗଠନ କରୁଅଛନ୍ତି ଇଂରାଜୀରେ ୟଙ୍ଗ୍ଇଣ୍ଡିଆ ଏବଂ ଗୁଜରାତୀରେ ନବଜୀବନ ନାମକ ଦୁଇଟି ସାପ୍ତାହିକ ପତ୍ରର ଏ ସମ୍ପାଦକ ଥାଇ ଦେଶବିଦେଶରେ ସ୍ୱୀୟ ନୀତିର ପ୍ରଚାର କର୍ମରେ ଲାଗିଛନ୍ତି ଏହାଛଡ଼ା ଗୋସେବା, ଖିଲାଫତ୍, ଭାରତରେ ସାର୍ବଜନୀନ ଭାଷାରୂପେ ହିନ୍ଦିର ପ୍ରଚାର , ଦାମ୍ପତ୍ୟଜୀବନରେ ଅସିଧାରାବ୍ରତ ଆଦି ଅନ୍ୟାନ୍ୟ ଅନେକ ସାଧାରଣ ଆନ୍ଦୋଳନରେ ମଧ୍ୟ ଏ ଅଗ୍ରଣୀ ଅଟନ୍ତି]