Jump to content

ଗାଲବ

ଉଇକିଅଭିଧାନ‌ରୁ

ଗାଲବ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -(ନାମ)

[ସମ୍ପାଦନା]
୧. ସୁନାମପ୍ରସିଦ୍ଧ ମୁନି — ୧. A sage of that name.

[ ଦ୍ର—ଏ ବିଶ୍ୱାମିତ୍ରଙ୍କ ଶିଷ୍ୟ ଥିଲେ ଏ ବିଶ୍ୱାମିତ୍ରଙ୍କ ନିକଟ ଅଧ୍ୟୟନ ଶେଷ କରି ଯଥେଚ୍ଛ ଗୁରୁ ଦକ୍ଷିଣା ମାଗିବା ପାଇଁ ବିଶ୍ୱାମିତ୍ରଙ୍କଠାରେ ହଟ କଲେ ବିଶ୍ୱାମିତ୍ର ଏହାଙ୍କ ହଟରେ ବିରକ୍ତ ହୋଇ ଗୁରୁଦକ୍ଷିଣାସ୍ୱରୂପ ଏହାଙ୍କୁ ୮ ଶ୍ୟାମକର୍ଣ୍ଣ ଘୋଡ଼ା ମାଗିଲେ ଗାଲବ ୮ ଶ୍ୟାମକର୍ଣ୍ଣ ଘୋଡ଼ା ମାଗିବାପାଇଁ ରାଜା ଯଯାତିଙ୍କ ନିକଟ ଉପସ୍ଥିତ ହେଲେ ଯଯାତିଙ୍କ ନିକଟ ଉକ୍ତ ଘୋଡ଼ା ନ ଥିବାରୁ ସେ ଗାଲବଙ୍କୁ ମାଧବୀ ନାମ୍ନୀ କନ୍ୟାଙ୍କୁ ଦେଇ କହିଲେ, ଆପଣ ଏ କନ୍ୟାଙ୍କୁ ନିଅନ୍ତୁ ଯେଉଁ ବ୍ୟକ୍ତି ଆପଣଙ୍କୁ ଦୁଇଶହ ଶ୍ୟାମ- କର୍ଣ୍ଣ ଘୋଡ଼ା ଦେବେ ଏ କନ୍ୟାଙ୍କଦ୍ୱାରା ଗୋଟିଏ ପୁତ୍ର ଉତ୍ପାଦନ କରିବା ପାଇଁ ତାଙ୍କୁ ଏ କନ୍ୟାଙ୍କୁ ଦେବେ, ସେ ଗୋଟିଏ ପୁତ୍ର ଉତ୍ପୋଦନ କରି ସାରିଲେ ଆପଣ ଏ କନ୍ୟାଙ୍କୁ ଯଥାକ୍ରମେ ତିନିଜଣଙ୍କୁ ଦେବେ, ଏହିପରି ଆପଣ ୪ ଜଣଙ୍କଠାରୁ୮ ଘୋଡ଼ା ସଂଗ୍ରହ କରି ଗୁରୁ ଦକ୍ଷିଣା ଦେବେ ଗାଲବ ଉପରୋକ୍ତ ସର୍ତ୍ତରେ ଏ କନ୍ୟାଙ୍କୁ ରାଜା ହର୍ଯ୍ୟଶ୍ୱ, ଦିବୋଦାସ ଓ ଉଶୀନରଙ୍କୁ ଦେଇ ସେମାନଙ୍କଠାରୁ ୬ ଶ୍ୟାମକର୍ଣ୍ଣ ଘୋଡ଼ା ସଂଗ୍ରହ କଲେ ଆଉ ୨ ଘୋଡ଼ା ଦେବାପାଇଁ କୌଣସି ଗ୍ରାହକ ନ ମିଳିବାରୁ ଗାଲବ ୬ ଶ୍ୟାମକର୍ଣ୍ଣ ଘୋଡ଼ା ଓ ମାଧବୀ କନ୍ୟାଙ୍କୁ ବିଶ୍ୱାମିତ୍ରଙ୍କୁ ଦେଇ ସମସ୍ତ ବୃତାନ୍ତ କହିବାରୁ ବିଶ୍ୱାମିତ୍ର ତାହା ଗ୍ରହଣ କରି ଏହାଙ୍କୁ ଦକ୍ଷିଣାଦାୟରୁ ମୁକ୍ତ କଲେ ଓ ମାଧବୀଙ୍କ ଗର୍ଭରେ ଗୋଟିଏ ପୁତ୍ର ଉତ୍ପୋଦନ କଲେ ହରିବଂଶରେ ଗାଲବ ବିଶ୍ୱାମିତ୍ରଙ୍କ ପୁତ୍ର ଥିବା କଥିତ ଅଛି—ହିନ୍ଦୀ - ଶବ୍ଦସାଗର ]

୨. ଲୋଧ୍ର ଗଛ — ୨. A tree; Simplocos Racemosa.
୩. ଶ୍ୱେତ ଲୋଧ୍ର — ୩. The white variety of Simplocos Racemosa.
୫. କେନ୍ଦୂଗଛ — ୪. A tree; Diospyros Glutinosa.
୫. ପାଣିନିଙ୍କ ଅଷ୍ଟାଧ୍ୟାୟୀରେ ଉଦ୍ଧୃତ ବୈୟାକରଣିକ — ୫. Name of Sanscrit Grammarian quoted by Pāṇini.
୬. ଜଣେ ସ୍ମୃତିକାର — ୬. Name of the complier of a code of Hindu law.