ଗାଲୁ
ଦେଖଣା
ଗାଲୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗାଲୁ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମିଛକୁ ସତ ସତକୁ ମିଛ କରି କହିବାର ଅଭ୍ୟାସ — ୧. Brazenness; impudence.
ମିତ୍ର ଯେ ମିତ୍ରକୁ ମାଗିଲେ ଦେବି ବୋଲେ ପ୍ରାନ୍ତେ ଗାଲୁ କହନ୍ତି ତାକୁ ଭଲେ କୃଷ୍ଣସିଂହ. ମହାଭାରତ. ବନ
- ୨. ଠେଁସାପଣ; ଅବାଧ୍ୟତା; ଗୋସ୍ତୀକୀ — ୨. Inssbordination.
- ୩. ଭୁରୁଡ଼ାଇବାର ପ୍ରକୃତି; ଦାମ୍ଭିକତା; ଆସ୍ଫାଳନ; ଭୁରୁଡ଼; ଧୀଟପଣ —୩. Boasting; bragging.
ଏବେ ଥରେ ମୋତେ ଚାହାଁ ତ ପାଲଟି ଆଜ ତୋର ଭାଙ୍ଗିବି ଯୁଦ୍ଧରେ ଗାଲୁଟି କୃଷ୍ଣସିଂହ. ମହାଭାରତ. ବନ
- ୪. ଗଲୁ; କଣ୍ଡ଼ୁ —୪. Itching sensation (Caused when some irritant thing is eaten or applied to the body).
- ୫. ମିଥ୍ୟା କଥା —୫. Falsehood.
- ୬. ଓଲୁଅ; ବଣସାରୁ ଆଦି ବସ୍ତୁର ଯେଉଁ ଗୁଣ ଯୋଗୁଁ ସେମାନେ ଖାଇଲେ ଗଳା ଗଲଗଲ ହୁଏ — ୬. The quality of wild arum etc to produce irritation in the throat.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ମିଥ୍ୟା, ଅସତ୍ୟ —୧. False; untrue.
- ୨. ମିଥ୍ୟାବାଦୀ —୨. Lying.
ପ୍ରାଦେଶିକ - (ଉତ୍ତର ଓଡ଼ିଶା) ବିଶେଷ୍ୟ -
[ସମ୍ପାଦନା]ଜଡ଼ା; ଭେରଣ୍ଡ଼; ଏରଣ୍ଡ଼ — Castor-oil-seed plant.