ଗାୟତ୍ରୀ
ଦେଖଣା
ଗାୟତ୍ରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଗାୟତ୍=ଗାନକାରୀ+ତ୍ରୈ ଧାତୁ= ଉଦ୍ଧାର କରିବା+ଅ+ସ୍ତ୍ରୀ ଈ; ଯାହା ଗାନକାରୀକୁ ଉଦ୍ଧାର କରେ)
[ସମ୍ପାଦନା]- ୧. ପ୍ରସିଦ୍ଧ ବୈଦିକ ମନ୍ତ୍ର ବା ସ୍ତବବିଶେଷ — ୧. Name of the celebrated vedic hymn or incantation.
[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ନାମ ସାବିତ୍ରୀ ମନ୍ତ୍ର, ଏହା ତତ୍ ସବିତୁ ର୍ବରେଣ୍ୟଂ ଭର୍ଗୋଦେବସ୍ୟ ଧୀମହିଧିୟୋଯୋନଃ ପ୍ରଚୋଦୟାତ୍ ଋଗ୍ୱେଦ ୩ ୬୨୧: ବ୍ରାହ୍ମଣ ଏହି ମନ୍ତ୍ରଦ୍ୱାର ପ୍ରତିଦିନ ସକାଳେ, ସନ୍ଧ୍ୟାରେ ଓ ମଧ୍ୟାନ୍ନରେ (ତ୍ରି ସନ୍ଧ୍ୟାରେ) ଉପାସନା କରନ୍ତି ଏହି ମନ୍ତ୍ରର ଆଦ୍ୟରେ ପ୍ରଣବବୀଜ ବା 'ଓ' ଏବଂ ୩ଟି ମହାବ୍ୟାହୁତି ବୀଜ 'ଭୂଃ, ଭୂବଃ ଓ ସ୍ୱଃ ଯୋଗ କରି ତତ୍ପରେ ଉପରୋକ୍ତ ଗାୟତ୍ରୀମନ୍ତ୍ର ଉଚ୍ଚାରଣ ପୂର୍ବକ ଗାୟତ୍ରୀ ପୁରଶ୍ଚରଣ କରନ୍ତି ଏପରି
କରିବାର ଶାସ୍ତ୍ର ବଚନ—ଓଁ କାରମାଦିତଃ କୃତ୍ୱା ବ୍ୟାହୃତି ସ୍ତଦନ- ନ୍ତରଂ ତତୋଽଧୀୟୀତ ସାବିତ୍ରୀ ମେକାଗ୍ର ଶ୍ରଦ୍ଧୟାନ୍ୱିତଃ ପୁରାକଳ୍ପେ ସମୁତ୍ପନ୍ନା ଭୂର୍ଭୂବଃସ୍ୱଃ ସନାତନାଃ, ମହାବ୍ୟାହୃତୟସ୍ତିସ୍ରଃ ସର୍ବାଶୁଭ ନିବର୍ହଣାଃ ବଙ୍ଗଳା ପ୍ରତକୃତିବାଦ]
- ୨. ଷଡ଼କ୍ଷର ଛନ୍ଦୋବିଶେଷ — Name of a Ṡanscrit metre of ୬ syllables.
- ୩. ବୈଦିକ ଛନ୍ଦୋବିଶେଷ — ୩. Name of a vedic metre.
ଗାଏ ଗାୟତ୍ରୀଚନ୍ଦ ତୋ ସଙ୍ଗେ ସଙ୍ଗୀତ ଉଦାର—ମଧୁସୂଧନ. ନଦୀପ୍ରତି