Jump to content

ଗୁଆ

ଉଇକିଅଭିଧାନ‌ରୁ

ଗୁଆ

ଉଚ୍ଚାରଣ

[ସମ୍ପାଦନା]

* ବଙ୍ଗାଳୀ: সুপারী, গুরা, সুপরী

  • ତେଲୁଗୁ - ବାକଳୁ ମ. ସୁପାରି ଉର୍ଦ୍ଦୂ. ସୁପାରି
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁବାକ)

[ସମ୍ପାଦନା]

ବୃକ୍ଷବିଶେଷ ଏବଂ ତାହାର ଫଳ — Betel-nut and its tree.

[ଦ୍ରଷ୍ଟବ୍ୟ —ଏହି ବୃକ୍ଷ ସମଦ୍ର ନି୘ଟବର୍ତ୍ତୀ ଦକ୍ଷିଣ ଭାରତ, ବଙ୍ଗ ଓ ବ୍ରହ୍ମଦେଶରେ ଜନ୍ମେ ଆସାମ ଓ ଦକ୍ଷିଣ ଭାରତରେ ଏହାର କୃଷି ହୁଏ ପୂର୍ବବଙ୍ଗରେ ଏହା ଜଙ୍ଗଲରେ ଜନ୍ମେ ଓଡ଼ିଶାରେ ଅନେକ ସ୍ଥାନରେ ଏହାର କୃଷି କରାଯାଏ ଗୁଆ ୪ ପ୍ରକାର—୧ ଆଚୀନ ବା ଜାହାଜୀ; ୨ ସାହାପୁରୀ; ୩ ଛଟି; ୪ ଦେଶୀ ବା ମାଣିକି— ଚାନ୍ଦି ଏହା ବ୍ରତ ବିବାହାଦି ମଙ୍ଗଳ କାର୍ଯ୍ୟରେ ପବିତ୍ର ଫଳରୂପେ ଓ ବନ୍ଧୁ ନିମତ୍ରଣ ଆଦି କାର୍ଯ୍ୟରେ ବ୍ୟବହୃତୁ ହୁଏ ବୈଦିକ — ଅନୁଷ୍ଠାନରେ ଏହା ପ୍ରଥମ ଓ ପ୍ରଧାନ ଅଙ୍ଗ ଏହା କଟା ହୋଇ ପାନ ସଙ୍ଗେ ଖିଆଯାଏ ଦକ୍ଷଣ ଓ ଗୁଜରାଟ ଅଞ୍ଚଳରେ କଞ୍ଚା ଗୁଆକୁ ସିଝାଇ ଚେକା ଚେକା କରି କାଟି ବ୍ୟବହାର କରନ୍ତି]

୨. ଉତ୍ସାହିତ ଉପଲକ୍ଷରେ ବନ୍ଧୁବାନ୍ଧବମାନଙ୍କଠାକୁ ପଠାଯିବା ଗୁଆସହ ନିମନ୍ତ୍ରଣ — ୨. Betel-nut sent with formal invitations to relations and friends in social functions.
୩. ଗୁବ୍ୱା; ସାଂସଳ ସ୍ଥାନରେ ହଠାତ୍ ଟାଣ ବସ୍ତୁଦ୍ୱାରା ଜୋରରେ ଆଘାତ କଲେ ସେଠାରେ ବାହାରି ପଡ଼ିବା ଗୁଆପରି ଫୁଲା —୩. Nut-like swelling coming out in the fleshy parts of the body when suddenly struck in to a hard substance.

ଦେଶଜ - ବିଶେଷଣ - (ସଂସ୍କୃତ - ଗବ୍ୟ)

[ସମ୍ପାଦନା]

ଗାଈଠରୁ ଉତ୍ପନ୍ନ —Produced from the cow; pertaining to the cow.

(ଯଥା—ଗୁଆଖିଆ, ଗୁଆଲହୁଣୀ, ଗୁଆଦହୀ)