ଗୁଆଲିଅର୍
ଗୁଆଲିଅର୍
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ପ୍ରସିଦ୍ଧ ଦେଶୀୟ ରାଜ୍ୟ ଓ ତାହାର ରାଜଧାନୀ —The Marhatta State and fort of Gwalior.
[ଦ୍ରଷ୍ଟବ୍ୟ —ମରହଟ୍ଟା ରାଜତ୍ୱର ପତନବେଳେ ମନ୍ତ୍ରୀ ପେଶିବା ବାଲାଜୀ ଫଳତଃ ରାଜା ହୋଇଥିଲେ ବାଲାଜୀଙ୍କ ପୁଅ ବାଜିରାଓଙ୍କର ଜଣେ ସେନାପତି ରାଣାଜୀ ସିନ୍ଧିଆ ଗୃଆଲିଅରରେ ରାଜତ୍ୱ କଲେ ୧୭୮: ସାଲରେ ଇଂରେଜମାନେ ଗୁଆଲିଅର ଦୁର୍ଗ ଅଧିକାର କଲେ ତା ପରେ ସିନ୍ଧିଆ ଉକ୍ତ ଦୁର୍ଗକୁ ଅଧିକାର କଲେ ୧୮୧୭: ସାଲରେ ୩ୟ ମରହଟ୍ଟା ଯୁଦ୍ଧରେ ସିନ୍ଧିଆ ଇଂରେଜମାନଙ୍କ ସଙ୍ଗେ ସିନ୍ଧି କରି ପିଣ୍ଡାରିମାନଙ୍କ ବିପକ୍ଷରେ ଇଂରେଜଙ୍କୁ ସାହାର୍ଯ୍ୟ଼ କଲେ ତତ୍ପରେ ୧୮୫୭: ସାଲ ସୁପାହିବିଦ୍ରୋହ ସମୟରେ ଇଂରେଜମାନେ ଗୁଆଲିଅର୍ ଦୁର୍ଗ ଅଧିକାର କଲେ; ମାତ୍ର ୧୮୮୫: ସାଲରେ ଏହାକୁ ପୁଣି ସିନ୍ଧିଆଙ୍କୁ ପ୍ରତ୍ୟର୍ପଣ କଲେ; ବର୍ତ୍ତମାନ ଗୁଆଲିଅର ମଧ୍ୟଭାରତର ଗୋଟିଏ ବଡ଼ ମିତ୍ର ରାଜ୍ୟ; ଏ ରାଜ୍ୟର ବର୍ଗଫଳ ୨୬୪୩: ବର୍ଗ ମାଇଲ ଓ ଲୋକସଂଖ୍ୟା ପ୍ରାୟ ୩୨: ଲକ୍ଷ ଏ ରାଜ୍ୟ ଦୁଇଟି ବିଭାଗରେ ବିଭକ୍ତ, ଗୁଆଲିଅର୍ ଓ ମାଲବା ଏ ରାଜ୍ୟ ୧୧:ଟି ଜିଲ୍ଲା ଓ ୩୭: ତହସିଲରେ ବିଭକ୍ତ ଏ ରାଜାଙ୍କ ଉପାଧି ମହାରାଜ ରାଓ ସିନ୍ଧିଆ ଅଟେ ଏ ମହାରାଜା ଭାରତ ସରକାରଙ୍କ ସଙ୍ଗେ ସନ୍ଧିସୂତ୍ରରେ ଆବଦ୍ଧ]